ଆଜିଠୁ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍

ଆଜିଠୁ ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍ । ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ୩ ଟିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ଲକ୍ଷ୍ନୌରେ ଖେଳାଯିବ । ଲକ୍ଷ୍ନୌରେ ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେବ । କ୍ୟାପଟେନ୍ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଓ୍ୱେଷ୍ଟଇଣ୍ଡିଜକୁ ଉଭୟ ଦିନିକିଆ ଓ ଟି-୨୦ ସିରିଜରେ କ୍ଲିନ୍ ସୁଇପ କରିବା ପରେ ଏବେ ଶ୍ରୀଲଙ୍କାକୁ ମାତ୍ ଦେବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଆହତ କାରଣରୁ ଦଳରୁ ସୂର୍ଯ୍ୟକୁମାର ଯାଦବ ଓ ଦୀପକ ଚହର ବାଦ୍ ପଡ଼ିଛନ୍ତି । ସେହିପରି ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟି-୨୦ ପରେ ବିରାଟ କୋହଲି ଓ ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ଆଜି ମ୍ୟାଚରେ ଋତୁରାଜ ଗାଏକ୍ବାଡ୍, ଶ୍ରେୟସ୍ ଆୟାର୍, ସଞ୍ଜୁ ସାମସନଙ୍କୁ ଦଳରେ ସୁଯୋଗ ମିଳିପାରେ । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ସିରିଜ୍ ସହିତ ସମସ୍ତ ମ୍ୟାଚ୍ ଜିତି ଭାରତର ମନୋବଳ ଦୃଢ ରହିଛି । ଏହା ସହିତ ଏବେ ଆଇସିସି ଟି-୨୦ ରାଙ୍କିଂରେ ଏକ ନମ୍ବର ସ୍ଥାନରେ ରହିଛି ମେନ୍ ଇନ ବ୍ଲୁ । ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଜିତି ଶୀର୍ଷ ସ୍ଥାନକୁ ବଜାୟ ରଖିବାକୁ ଉଦ୍ୟମ କରିବ ରୋହିତ ବାହିନୀ । ସେପଟେ ଭାରତକୁ ଟକ୍କର ଦେଇ ଜିତିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇବ ଶ୍ରୀଲଙ୍କା

Share

Leave a Reply

Your email address will not be published. Required fields are marked *

seventeen − 3 =