ଆରମ୍ଭ ହେଲା ମହାଯୁଦ୍ଧ

ଆରମ୍ଭ ହେଲା ଋଷ- ୟୁକ୍ରେନ ଯୁଦ୍ଧ । ଯୁଦ୍ଧ ଘୋଷଣା କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ ଉପରେ ମିଲିଟାରୀ ଅପରେସନ ନେଇ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ମିଲିଟାରୀ ଅପରେସନ ନେଇ ଋଷ୍ ନିର୍ଦ୍ଦେଶ ଦେଇଥିବା ଆନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ଦ୍ରୁତ ଗତିରେ ୟୁକ୍ରେନ ଆଡ଼କୁ ଅଗ୍ରସର ହେଉଛି ଋଷ ସେନା । ୟୁକ୍ରେନର ସମସ୍ତ ଏୟାରବେସ୍ ଉପରେ ଆକ୍ରମଣ କରିଛି ଋଷ । ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନର ଏୟାରବେସ ଉପରେ ଋଷ କରିପାରେ କ୍ରୁଜ୍ ମିଜାଇଲ ଆକ୍ରମଣ । ୟୁକ୍ରେନ ରାଜଧାନୀ କିଭ୍ ଉପରେ ମଧ୍ୟ ଆକ୍ରମଣ କରିଛି ଋଷ ସେନା । କିଭ୍ ଉପରେ କ୍ରୁଜ୍ ଓ ବାଲାଷ୍ଟିକ୍ ମିଜାଇଲରେ ଆକ୍ରମଣ କରିଛି ଋଷ । ସେପଟେ ୟୁକ୍ରେନର ଓଡେଶା ସହରକୁ ଘେରିଛି ଋଷର ନୌ-ସେନା । ୟୁକ୍ରେନର ଓଡେଶା ତଟ ଉପରେ ଜୋରଦାର ଆକ୍ରମଣ କରିଛି ଋଷ । ୟୁକ୍ରେନର ରାଜଧାନୀ ସହ ଚାରୋଟି ସହର ଉପରେ ଜୋରଦାର ଆକ୍ରମଣ କରିଛି ଋଷ ।
ଅନ୍ୟପକ୍ଷରେ ୟୁକ୍ରେନ ସେନାଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି ଭ୍ଲାଦିମିର ପୁଟିନ୍ । ଏହା ସହ ପୂରା ବିଶ୍ୱ ଏକ ପ୍ରକାର ଧମକ ଦେଇଛନ୍ତି ପୁଟିନ୍ । ସେ କହିଛନ୍ତି ଯଦି ଋଷକୁ ରୋକିବାକୁ କୌଣସି ଦେଶ ଚେଷ୍ଟା କରିବେ ତାହାଲେ ତା’ର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି । ସେପଟେ ସେପଟେ ଋଷ୍- ୟୁକ୍ରେନ ବିବାଦକୁ ନେଇ ଆଜି ଜାତିସଂଘ ନିରାପତ୍ତା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ୟୁକ୍ରେନରେ ଆକ୍ରମଣ ବନ୍ଦ କରିବାକୁ ଋଷକୁ ଆହ୍ୱାନ କରିଛନ୍ତି । ୟୁକ୍ରେନ ମଧ୍ୟ ରୁଷ ଆଡ଼ୁ ଥିବା ବିପଦକୁ ଦୃଷ୍ଟିରେ ରଖି ନିଜ ଦେଶରେ ୩୦ ଦିନ ପାଇଁ ଜରୁରୀ ପରିସ୍ଥିତି ଲାଗୁ କରିଛି ।

Share

Leave a Reply

Your email address will not be published. Required fields are marked *

5 + 7 =