‘ହିଂସା’ ସମାଧାନ ନୁହେଁ: ରଜନୀକାନ୍ତ

ମୁମ୍ବାଇ() ପୂରା ଭାରତରେ ନାଗରିକତା ସଂଶୋଧନ ଆଇନକୁ ନେଇ ହିଂସା ଚାଲିଥିବା ବେଳେ ଏନେଇ ପ୍ରତିକି୍ରୟା ଦେଇଛନ୍ତି ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ସେ କହିଛନ୍ତି, ସବୁ ସମସ୍ୟାର ସମାଧାନ ହିଂସା ନୁହେଁ। ସେ ଟୁଇଟ୍ର ହ୍ୟାଣ୍ଡେଲରେ ଏହା ଉଲ୍ଲେଖ କରିଛନ୍ତି। ଲୋକଙ୍କର ଦେଶ ପାଇଁ ଭଲ ପାଇବା ରହିବା ଦରକାର, ଭଲ ଚିନ୍ତା କରିବା ଆବଶ୍ୟକ ଓ ନିଜ ଭିତରେ ଏକତା ରହିବା ଆବଶ୍ୟକ ବୋଲି ରଜନୀକାନ୍ତ କହିଛନ୍ତି। ହେଲେ ବର୍ତ୍ତମାନ ଦେଶରେ ସୃଷ୍ଟି ହୋଇଥିବା ହିଂସା ପରିସ୍ଥିତି ତାଙ୍କୁ ବହୁ କଷ୍ଟ ଦେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ହେଲେ ସିଏଏ ଓ ଏନ୍ଆର୍ସିକୁ ବିରୋଧ କରୁଛନ୍ତି କି ସହଯୋଗ କରୁଛନ୍ତି ତାହା ସେ ସ୍ପଷ୍ଟ କରି ନାହାନ୍ତି।

Share

Leave a Reply

Your email address will not be published. Required fields are marked *

4 × three =