ଭୁବନେଶ୍ବର ହେବ ୱାଇଫାଇର ସହର

ଭୁବନେଶ୍ବରର (ନିପ୍ର) ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜଧାନୀ ଅଂଚଳ ସହରାଂଚଳ ପରିବହନର ମିଳିତ ପ୍ରଚେଷ୍ଟାରେ ସହର ନାଗରିକମାନଙ୍କ ଲାଗି ଉତ୍ସର୍ଗୀତ ହେବ ଗୋଟି ଗୋଟି କରି ଅନେକ ପ୍ରକଳ୍ପର ସେବା ବ୍ୟବସ୍ଥା ହୋଇଛି । ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ଭୁବନେଶ୍ବର ମେୟର ଅନନ୍ତ ନାରାୟଣ ଜେନା ଏହି ଘୋଷଣା କରିଛନ୍ତି ।

ସିଆରୟୁଟି ଦ୍ବାରା ୨୦ କୋଟି ଟଙ୍କା ବ୍ୟୟରେ ୨୦୦ଟି ଅତ୍ୟାଧୁନିକ ବସ୍ ସେବାର ଯୋଜନା ଏକ ଅଭିନବ ପ୍ରୟାସ । ସିଟି ବସ୍ ସେବାର ସୁରୁଖୁରୁ ପରିଚାଳନା ପାଇଁ ପାତ୍ରପଡା ଏବଂ ପଟିଆର ଦୁଇଟି ବସ ଡିପୋ ହେବ । ନଭେମ୍ବର ମାସ ବେଳକୁ ୧୦୦ଟି ବସ୍ ଚାଲୁ ରହିଥିବା ଅନ୍ୟ ବସ୍ ସହିତ ଚଳାଚଳ କରିବ । ବିଶେଷକରି ଯାତାୟତ ସୁବିଧା ନଥିବା ଅଂଚଳ ଯାହାକି – ଚକେଇସାହାଣୀ, ଘାଟିକିଆ, ଶିଖରଚଣ୍ଡି, କଳିଙ୍ଗ ବିହାର ଇତ୍ୟାଦିକୁ କମ୍ ସମୟରେ ବ୍ୟବଧାନରେ ଅଧିକ ବସ୍ ଯିବାର ସୁବିଧା ହେବ ।

ଦୁଇଟି ସଂସ୍ଥା ଦ୍ବାରା ଏହି ଯାନ୍ତ୍ରିକ ଝାଡୁ କରିବା ବ୍ୟବସ୍ଥା କାର୍ଯ୍ୟ କରାଯିବ; ଏଥିପାଇଁ କର୍ତୁପକ୍ଷଙ୍କ ଠାରୁ କାର୍ଯ୍ୟ ଆରମ୍ଭ ଜନିତ ଆଦେଶ ପତ୍ର  ପଠା ସରିଛି । ପରିମଳ ବ୍ୟବସ୍ଥା ମଧ୍ୟରେ ସୂଚନା ଫଳକ, ଡଷ୍ଟବିନ୍, ଭାସ୍କର୍ଯ୍ୟ ଇତ୍ୟାଦି ଅନ୍ତର୍ଭୁକ୍ତ ହେବ ଏବଂ ସଂପୃକ୍ତ ସଂସ୍ଥା ଏଥିପାଇଁ ହାତରେ ସଫା କରାଇବା ପାଇଁ କର୍ମୀଙ୍କୁ ରଖିବେ । ସମସ୍ତ ରାସ୍ତାକଡ ଆଲୋକ ବତୀଗୁଡିକୁ ପରୀକ୍ଷା କରାଯାଇ ଏହାକୁ ନିଶ୍ଚିତ କରାଇବା ସହିତ ୮୦ କି.ମି. ରାସ୍ତାର କୌଣସି ଜବର ଦଖଲ, ଫ୍ଲେକ୍ସ୍ ହୋର୍ଡିଂ ଇତ୍ୟାଦି ହଟାଇ ଦିଆଯିବ ଯାହାକି ଉର୍ଦ୍ଧ୍ବର ଅବଲୋକନରେ ଦୃଷ୍ଟିରୋଧ କରିବ ନାହିଁ । ରାଜଧାନୀର ୩୦୦ଟି ସ୍ଥାନରେ ୱାଇଫି ସେବା ବ୍ୟବସ୍ଥା ଉପଲବ୍ଧ ହେବ ଏବଂ ଅକ୍ଟୋବର ମାସ ଶେଷ ଆଡକୁ ଏହା ସେବା  ମିଳିବା ଆରମ୍ଭ ହୋଇଯିବ ।

ସହରର ମୁଖ୍ୟ ୪୦ କିମି ରାସ୍ତାର ମଧ୍ୟବର୍ତୀ ଭାଗରେ ବିଡିଏ ପ୍ରଚେଷ୍ଟାରେ ବୃକ୍ଷରୋପଣ କରି ଏହାକୁ ମନୋରମ କରାଯିବ । ଏଥିରେ ବିଭିନ୍ନ ରାସ୍ତା, ଛକ, ମିଳିତ ସ୍ଥାନ, ମଝି ଜାଗା ଇତ୍ୟାଦିରେ ବୃକ୍ଷରୋପଣ ସାଙ୍ଗକୁ ଚାରାର ବିଭିନ୍ନ ଉପକରଣ, ଚାରା କୁଣ୍ଡ, ଚାରା ବାଡ, ଡଷ୍ଟ୍ବିନ୍ର ଯୋଗାଣ ମଧ୍ୟ ହେବ । ବୃକ୍ଷ ରୋପଣ କାର୍ଯ୍ୟ ଗୁଡିକ ମଧ୍ୟରେ ଫୁଲଗଛ ଲଗାଇବା ପାଇଁ ଭୂମି ପ୍ରସ୍ତୁତି, ଘାସ ଲନ୍, ବୁଦୁବୁଦିଆ ଗୁଳ୍ମ, ସୌଖୀନ ଲଟା, ଗଛ ଏବଂ ବୁଦାର ଧାଡି ଇତ୍ୟାଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ପ୍ଲାଂଟର ବକସ୍ ଏବଂ ଝୁଲନ୍ତା ପ୍ଲାଂଟର ଇତ୍ୟାଦି ଶୋଭା ପାଇବ । ତେବେ ଏ ଦିଗରେ ଆହୁରି ଭଲ କରିବା ପାଇଁ ସୃଜନଶୀଳ ଚିନ୍ତାଧାରକୁ ମଧ୍ୟ ସ୍ଥାନ ଦିଆଯିବାର ପ୍ରସ୍ତାବ ରହିଛି ।

ଷ୍ଟ୍ରିଟ୍ ଆର୍ଟ ଆଣ୍ଡ ମୁରାଲ ପ୍ରୋଜେକ୍ଟ ଅଧିନରେ  ସହରକୁ ସୁନ୍ଦର କରି ସଜା ହେବାର ଦାୟିତ୍ବ ନେବ ବିଏମସି । ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଏଥିପାଇଁ ସମସ୍ତ ପ୍ରକାର ଚୟନ ଓ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ । ଗତ ଏସୀୟ କ୍ରୀଡା ଦୌଡ କୁଦରେ ଷ୍ଟାମ୍ପ୍ ପ୍ରକଳ୍ପ ସହରକୁ ସୁନ୍ଦର କରି ସଜାଇବାର ପ୍ରମାଣ ରହିଛି ।

ଭୁବନେଶ୍ବର କିର୍ତିରାଜିଗୁଡିକୁ ଧ୍ୟାନ ଦେଇ ଏହାର ଢ଼ଙ୍ଗଢ଼ାଙ୍ଗ ଏବଂ ଲାଳିତ୍ୟକୁ ଖାପଖୁଆଇବା ଭଳି କିର୍ତିରାଜି ସୂଚନା ଫଳକ ସହରର ଶୋଭା ବର୍ଦ୍ଧନରେ ସହାୟକ ହେବ । ପୁରୁଣା ଭୁବନେଶ୍ବର ଅଂଚଳକୁ ହୋର୍ଡିଂ ମୁକ୍ତ ଅଂଚଳ ଭାବେ ଘୋଷଣା କରାଯାଇଛି । ତେଣୁ କିର୍ତିରାଜି ସୂଚନା ଫଳକ ଏକ ଦୃଷ୍ଟି ଆକର୍ଷଣ ହୋଇ ରହିବ ।

ବର୍ତମାନ ବିଡିଏ, ବିଏମସି ଏବଂ ଓଡିଶା ପର୍ଯ୍ୟଟନ ବିଭାଗର ମିଳିତ ପ୍ରଚେଷ୍ଟାରେ ଚାଲୁ ରହିବା କାର୍ଯ୍ୟକ୍ରମରେ ତିନୋଟି କାର୍ଯ୍ୟକ୍ରମ ଯାହାକି ପୁରୁଣା ଭୁବନେଶ୍ବର ଅଂଚଳରେ ଏକାମ୍ର ୱାକ୍, ଖଣ୍ଡଗିରିରେ ଏବଂ ଉଦୟଗିରିରେ ମଙ୍କସ୍,କେଉସ୍ ଆଣ୍ଡ କିଙ୍ଗସ୍ ଏବଂ କାରୁକଳା ସଂଗ୍ରାହଳୟ କଳାଭୁମିରେ ମ୍ୟୁଜିୟମ ୱାକ୍ ବ୍ୟତୀତ ଆଉ ଅଧିକ ୫ଟି କାର୍ଯ୍ୟକ୍ରମ ମଧ୍ୟରେ ହେରିଟେଜ୍ ୱାକ୍, ସାଇକେଲ ଟୁର୍ ଏବଂ ନେଚର ଟ୍ରେଲ ଅନ୍ତର୍ଭୁକ୍ତ ।

ବିଡିଏ, ବିଏମସି ଏବଂ ଓଡିଶା ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ସ୍ଥାନୀୟ ଜନତା ମୈଦାନରେ ଖାଦ୍ୟ, ସଙ୍ଗୀତ ଏବଂ ଆମୋଦ ପ୍ରମୋଦର ସହରି ପର୍ବ ଆୟୋଜନ କରାଯିବ । ବକୁଲ୍ ଫାଉଣ୍ଡେସନ୍ର ମିଳିତ ସହଯୋଗରେ ବିଡିଏ ଦ୍ୱାରା ଗଳ୍ପ କଥନ ପର୍ବ ଅନୁଷ୍ଠିତ ହେବ । ତେବେ ଗଳ୍ପ କଥନ ପର୍ବ ପାଇଁ ଦୁଇଟି ସ୍ଥାନ ବୁଦ୍ଧ ଜୟନ୍ତୀ ପାର୍କ ଏବଂ ଇନ୍ଦିରା ପାର୍କ ସ୍ଥିର ହୋଇଛି, ତୃତୀୟ ସ୍ଥାନ ଭାବେ ମଧୂସୂଦନ ଦାସ ପାର୍କ ବା କଳା ଭୂମିକୁ ଚୟନ କରାଯିବ ।

Share

Leave a Reply

Your email address will not be published. Required fields are marked *

19 − thirteen =