ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂଆ ୨୦୨୩ ଲିଭୋ ଉନ୍ମୋଚିତ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ନୂଆ ୨୦୨୩ ହୋଣ୍ଡା ଲିଭୋକୁ ଉନ୍ମୋଚନ କରାଯାଇଛି । ଏହା ହେଉଛି ଷ୍ଟାଇଲ, ଆରାମ ଓ ପ୍ରଦର୍ଶନର ସମାହାର ଏବଂ ୧୧୦ ସିସି ବର୍ଗର ସବୁଠୁ ଉନ୍ନତ ଓ ଷ୍ଟାଇଲିସ୍ ମୋଟରସାଇକଲ୍ ଯାହାର ଏକ୍ସ ସୋ’ରୁମ୍ ଦାମ୍ (ଦିଲ୍ଲୀ-ଡ୍ରମ୍ ଭାରିଆଂଟ୍‌) ୭୮,୫୦୦ ଟଙ୍କାରୁ ଆରମ୍ଭ ହୋଇଛି ।
ଏହାର ଉନ୍ମୋଚନ ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସୁମି ଓଟାନି କହିଛନ୍ତି ଯେ, “ଆମେ ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ହୋଣ୍ଡା ଲିଭୋକୁ ଉନ୍ମୋଚନ କରିଥିବାରୁ ଆଜି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟର ଦିନ । ଗାଡ଼ିଚାଳନା ଅନୁଭୂତିରେ ନିରନ୍ତର ଉନ୍ନତି ଆଣିବା ସହିତ ମାନସିକ ଶାନ୍ତି ପ୍ରଦାନ କରିବା ଲାଗି ଆମ ନିରନ୍ତର ସନ୍ଧାନକୁ ଏହି ଉନ୍ମୋଚନ ପ୍ରତିଫଳିତ କରୁଛି । ଆମର ବିଶ୍ୱାସ ରହିଛି ଯେ ନୂଆ ଲିଭୋ ଏହି ବର୍ଗରେ ଷ୍ଟାଇଲ୍‌, ପ୍ରଦର୍ଶନ ଓ ମୂଲ୍ୟର ସ୍ତରକୁ ବଢ଼ାଇବ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “୨୦୧୫ରେ ଶୁଭାରମ୍ଭ ହେବା ପରଠାରୁ ଅଭିଳାପୂର୍ଣ୍ଣ ଗ୍ରାହକ ବର୍ଗଙ୍କ ପସନ୍ଦ ହୋଇରହିଛି ଲିଭୋ ଏବଂ ଓବିଡି୨ ନିୟମ ଅନୁସାରେ ଏହାକୁ ଶୁଭାରମ୍ଭ କରାଯାଇଥିବାରୁ ଏହାର ଅଭିଳାଷକୁ ଆମେ ଆହୁରି ବଢ଼ାଇପାରିଛୁ । ଏବେ ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ୨୦୨୩ ହୋଣ୍ଡା ଲିଭୋ ଷ୍ଟାଇଲ, ଆରାମ ଓ ପ୍ରଦର୍ଶନର ଏକ ଉପଯୁକ୍ତ ସମିଶ୍ରଣରେ ପରିଣତ ହୋଇଛି ଯାହା ଆଧୁନିକ ଯୁଗର ଚାଳକଙ୍କ ଆବଶ୍ୟକତା ପୂରଣ କରୁଛି ।’’
ନୂଆ ୨୦୨୩ ଲିଭୋରେ ରହିଛି ୧୧୦ ସିସିର ଓବିଡି୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ସହିତ ଇଏସ୍‌ପି ଓ ଟ୍ୟୁବ୍ ବିହୀନ ଟାୟାର । ଆରାମ ଦୃଷ୍ଟିରୁ ସେଥିରେ ଡିସି ହେଡ୍‌ଲ୍ୟାମ୍ପ୍‌, ସମନ୍ୱିତ ଇଞ୍ଜିନ ଷ୍ଟାର୍ଟ/ଷ୍ଟପ୍ ସ୍ୱିଚ୍‌, ଟାଙ୍କି ଓ ସିଟ୍‌ର ସମ୍ପୂର୍ଣ୍ଣ ସମନ୍ୱୟ, ଅଧିକ ଗ୍ରାଉଣ୍ଡ୍ କ୍ଲିୟରାନ୍ସ, ୫ ସୋପାନ ଆଡଜଷ୍ଟ୍ ହୋଇପାରୁଥିବା ପଛ ସସ୍‌ପେନ୍‌ସନ୍‌, ସର୍ଭିସ୍ ବିଷୟରେ ଜଣାଇବା ଲାଗି ଇଣ୍ଡିକେଟର ଓ ଇକ୍ୱିଲାଇଜର ସହିତ କମ୍ବି ବ୍ରେକ୍ ବ୍ୟବସ୍ଥା ରହିଛି ।
ସହରାଚଂଳର ଷ୍ଟାଇଲ୍‌କୁ ନଜରରେ ରଖି ଏଥିରେ ନୂଆ ଆକର୍ଷଣୀୟ ଗ୍ରାଫିକ୍ସ, ଆଧୁନିକ ସାମ୍ନା ଭାଇଜର୍ ଓ ଆକର୍ଷଣୀୟ ଟେଲ୍‌ଲ୍ୟାମ୍ପ୍ ବ୍ୟବହାର କରାଯାଇଛି । ଏହାର ମିଟର ଡିଜାଇନ୍ ମଧ୍ୟ ବେଶ ଆକର୍ଷଣୀୟ ରହିଛି । ବଳିଷ୍ଠ ଟାଙ୍କି ସହିତ ସୁଗଠିତ ସ୍ରାଉଡ୍ ଗାଡ଼ିକୁ ସ୍ପୋର୍ଟି ଲୁକ୍ ପ୍ରଦାନ କରିଛି । କଂପାନି ପକ୍ଷରୁ ଏହା ଉପରେ ୧୦ ବର୍ଷର ୱାରେଂଟି (୩ ବର୍ଷ ସାଧାରଣ+ ୭ ବର୍ଷ ବର୍ଦ୍ଧିତ ବିକଳ୍ପ) ପ୍ରଦାନ କରାଯାଉଛି । ଆଥଲେଟିଭ୍ ବ୍ଲୁ ମେଟାଲିକ୍‌, ମ୍ୟାଟ୍ କ୍ରସ୍ ମେଟାଲିକ୍ ଓ କଳା ରଙ୍ଗରେ ଉପଲବ୍ଧ ହୋଇଥିବା ଏହି ଗାଡ଼ିର ଡିସ୍କ ଭାରିଆଂଟ୍ ଦାମ୍ ୮୨,୫୦୦ ଟଙ୍କାରୁ ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

three × 3 =