ଟିପିଏସଓଡି଼ଏଲ୍ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

ବ୍ରହ୍ମପୁର: ଟାଟା ପାୱାର ଏବଂ ଓଡି଼ଶା ସରକାରଙ୍କ ମିଳିତ ଉଦ୍ୟମ, ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ଼ (ଟିପିଏସଓଡି଼ଏଲ୍) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ “ବୃକ୍ଷରୋପଣ ଅଭିଯାନ” ଆୟୋଜନ ହୋଇଥିଲା । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କର୍ପୋରେଟ ଅଫିସରେ ଚାରା ରୋପଣ କରି ଏହି ଅଭିଯାନ ଆରମ୍ଭ କରିଛନ୍ତି ।

ଏହା ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରୁଛି । ପରିବେଶର ସୁରକ୍ଷା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ । ଜାତିସଂଘର #ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁସନ୍ ଅଭିଯାନକୁ ସମର୍ଥନ କରି କମ୍ପାନୀର କର୍ମଚାରୀମାନେ ପରିବେଶର ସୁରକ୍ଷା ପାଇଁ ନିଜର ଦୈନନ୍ଦିନ ଜୀବନରେ ଛୋଟ ପରିବର୍ତ୍ତନ ଆଣିବା ସହ ପ୍ଲାଷ୍ଟିକ୍ ବ୍ୟବହାରକୁ କମ କରିବା ପାଇଁ ସଂକଳ୍ପ ନେଇଛନ୍ତି । ଏହା ସହିତ ପରିବେଶ ସୁରକ୍ଷା ଓ ସ୍ଥିରତା ବିଷୟରେ ଶିକ୍ଷା ଦେବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି । ଟିପିଏସଓଡି଼ଏଲର ଏହି ପଦକ୍ଷେପ ପରିବେଶର ସୁରକ୍ଷା ଦିଗରେ ପରିବେଶ ଅନୁକୂଳ ଅଭ୍ୟାସ ଗ୍ରହଣ କରିବାକୁ ଉତ୍ସାହିତ କରେ ।

Share

Leave a Reply

Your email address will not be published. Required fields are marked *

one × 1 =