ଆଗାମୀ ୪୮ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର() ଲଘୁଚାପ ପ୍ରଭାବରେ ୪୮ ଘଣ୍ଟା ଯାଏଁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ତା’ ସହିତ ରାଜସ୍ଥାନରୁ କୋଲକାତା ଯାଏ ଏକ ଟ୍ରଫ୍‌ ଲାଇନ୍‌ ଲମ୍ବିଛି। ଏଥିଯୋଗୁ ଗତକାଲିଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି।

କୋରାପୁଟ, ବରଗଡ, କଳାହାଣ୍ଡି, ନୂଆପଡା ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, ପୁରୀ, ସୁନ୍ଦରଗଡ, ବାଲେଶ୍ବର, ମୟୁରଭଞ୍ଜ, କଟକ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ୩୧ ତାରିଖ ଆଡ଼କୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

 

Share

Leave a Reply

Your email address will not be published. Required fields are marked *

twelve + 2 =