୨୫ ଦିନରେ ୟୁକ୍ରେନ ଯୁଦ୍ଧ,ସହରକୁ ବିଦ୍ୟୁତ, ଜଳ ଓ ଗ୍ୟାସ ଯୋଗାଣ ବନ୍ଦ

ୟୁକ୍ରେନ ବନ୍ଦର ସହର ମାରିଉପୋଲରେ ଭୟଙ୍କର ଯୁଦ୍ଧ ଚାଲିଛି | ରୁଷ ଏଠାରେ କ୍ରମାଗତ ଭାବରେ ଆକ୍ରମଣ କରୁଛି।

ରୁଷର ଘେରାବନ୍ଦୀରେ ଫସିଥିବା ମାରିଉପୋଲ ସହରର ମେୟର କହିଛନ୍ତି ଯେ ସହରରେ ଭୀଷଣ ଲଢେ଼ଇ ଯୋଗୁଁ ବୋମା ମାଡରେ ଧ୍ବଂସ ହୋଇଥିବା ଥିଏଟରର ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଛି।

ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ଉକ୍ତ ଥିଏଟରକୁ ନାଗରିକ ଆଶ୍ରୟସ୍ଥଳୀ କରାଯାଇଥିବା ସତ୍ତ୍ୱେ ରୁଷ ଏହା ଉପରେ ଘନଘନ ବୋମାମାଡ଼ କରିିଥିଲା । ରୁୁଷ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ସହରରେ ବିଦ୍ୟୁତ, ଜଳ ଏବଂ ଗ୍ୟାସ ଯୋଗାଣ ବନ୍ଦ ହୋଇଯାଇଛି।

ରୁଷ ଏହି ସହରକୁ ମାନବିକ ସହାୟତା ମଧ୍ୟ ବ୍ଲକ କରିଦେଇଛି। ସହରରେ ଏବେ ମଧ୍ୟ ପ୍ରାୟ ତିନି ଲକ୍ଷ ଲୋକ ଯୁଦ୍ଧ ଭିତରେ ଫସି ରହିଛନ୍ତି |

ୟୁକ୍ରେନ ଅନୁଯାୟୀ, ଡାକ୍ତରଖାନା, ଚର୍ଚ୍ଚ ଏବଂ ବହୁ ଆବାସିକ ଅଟ୍ଟାଳିକା ଉପରେ ରୁଷ ଆକ୍ରମଣ କରିଛି। ସ୍ଥାନୀୟ ଅଧିକାରୀମାନେ ଆକଳନ କରିଛନ୍ତି ଯେ ସହରର ୮୦ ପ୍ରତିଶତ କୋଠା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଏଗୁଡ଼ିକର ପୁନଃ ନିର୍ମାଣ ହୋଇପାରିବ ନାହିଁ।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠାରୁ ମାରିଉପୋଲ ସହରରେ ଭୟଙ୍କର ସଂଘର୍ଷ ଚାଲିଛି। ଅଜୋଭ ସାଗର ଉପକୂଳରେ ଅବସ୍ଥିତ ଏହି ବନ୍ଦର ସହର ୟୁକ୍ରେନ ପାଇଁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ |

ଯଦି ରୁଷ ଏହି ସହରକୁ କବଜା କରେ, ତେବେ ଏହା ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀ ପୂର୍ବ ୟୁକ୍ରେନର ଡୋନେସ୍କ୍ ଓ ଲୁହାଂସ୍କ ଏବଂ ରୁଷ ନିୟନ୍ତ୍ରଣରେ ଥିବା କ୍ରାଇମିଆ ମଧ୍ୟରେ ଏକ ସଡ଼କପଥ ସ୍ଥାପନ କରିବାରେ ସକ୍ଷମ ହେବ। ୨୦୧୪ରେ ରୁଷ କ୍ରାଇମବ୍ରାଞ୍ଚକୁ ନିଜ ଅଧୀନକୁ ନେଇଥିଲା।

Share

Leave a Reply

Your email address will not be published. Required fields are marked *

4 × three =