ଚାଷୀଙ୍କ ପାଇଁ ୨୦୦କୋଟିର ପ୍ୟାକେଜ, ଉପକୃତ ହେବେ ୨୫ଲକ୍ଷ ଚାଷୀ

ଭୁବନେଶ୍ୱର() ଚାଷୀଙ୍କ ସମସ୍ୟା ନେଇ କୃଷି ସଚିବ ସୌରଭ ଗର୍ଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଚଳିତବର୍ଷ ୯୬ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରହିଛି । ଚାଷୀଙ୍କ କଥା ବୁଝିବାକୁ ପ୍ରତି ସୋମବାର ପଞ୍ଚାୟତ ଖୋଲିବ । ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଆମେ ପଦକ୍ଷେପ ନେଇଛୁ । ଜଳ, ପୋକ ସମସ୍ୟା ପାଇଁ ମଧ୍ୟ ଚାଷୀ ସହାୟତା ନେଇପାରିବେ ବୋଲି ସେ କହିଛନ୍ତି । ୬ଟି ବିଭାଗର କର୍ମଚାରୀ ବ୍ଲକ ସ୍ତରରେ କାମ କରୁଛନ୍ତି । ଏହାସହ ପ୍ରତି ଜିଲ୍ଲାରେ ନୋଡ଼ାଲ୍ ଅଫିସର କାର୍ଯ୍ୟ କରୁଛନ୍ତି । ନିଜ ଜମିରେ ଜଳାଶୟ ପାଇଁ ମୋ ପୋଖରୀ ଯୋଜନା ଚାଲିଛି । ଚାଷୀଙ୍କ ପାଇଁ ୫ଲକ୍ଷ କୁଇଣ୍ଟାଲ ବିହନ ଯୋଗାଇ ଦିଆଯିବ । ଫସଲ ବୀମାରେ ୩୦ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚାଷ ପ୍ରତି ଆଗ୍ରାହୀଙ୍କ ଲାଗି ପ୍ରୋତ୍ସାହନ ପାଇଁ ସରକାର ଯତ୍ନବାନ ଅଛନ୍ତି । ସରକାର ଚାଷୀଙ୍କ ପାଇଁ ୨୦୦କୋଟିର ପ୍ୟାକେଜ ରଖିଛନ୍ତି । ଏହି ପ୍ୟାକେଜରୁ ୨୫ଲକ୍ଷ ଚାଷୀ ଉପକୃତ ହେବେ । ଫୁଲ, ଛତୁ, ପାନ ଚାଷୀ ଏଥିରୁ ଉପକୃତ ହେବ ।
ଏହାସହ ଚାଷୀଙ୍କୁ ୦% ସୁଧରେ ୫୦ହଜାର ଟଙ୍କା ଋଣ ଯୋଗାଯାଉଛି । ଖରିଫ ଚାଷୀଙ୍କୁ ୨୬୪୯ କୋଟି ଟଙ୍କାର ଋଣ ଯୋଗାଯାଇଛି । ଚାଷୀଙ୍କୁ ୧୧୭ ପ୍ରତିଶତ ଋଣ ଅଧିକ ଯୋଗାଇ ଦିଆଯାଇଛି । ମାର୍କଫେଡ଼୍ ତରଫରୁ ଡାଲି ପ୍ରୋକିଓରମେଣ୍ଟ କରାଯାଉଛି । ଚାଷୀଙ୍କ ସହାୟତା ପାଇଁ ଅନେକ ପଦକ୍ଷେପ ସରକାର ନେଉଛନ୍ତି । ରାଜ୍ୟର ୧୭ଜିଲ୍ଲାରେ ପ୍ରୋକଓରମେଣ୍ଟ ଚାଲିଛି । ୨ଲକ୍ଷ ୫୭ହଜାର ଚାଷୀଙ୍କ ରେଜିଷ୍ଟ୍ରେସନ କରାଯାଇଛି । ଗତ ବର୍ଷ ଅପେକ୍ଷା ଚଳିତବର୍ଷ ୪୦% ଧାନ ସଂଗ୍ରହ ହୋଇଛି ।

Share

Leave a Reply

Your email address will not be published. Required fields are marked *

14 + eight =