ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଦେଖନ୍ତୁ ଚିତ୍ର …

ପୁରୀ() ଶ୍ରୀ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି । ଗତକାଲି ତିନି ରଥରେ ନାହାକା ବାନେ୍ଧଣି କାମ ଶେଷ ହେବା ପରେ ଆଜି ତିନି ରଥର ବଡଧରା ପୋଟଳ ଫିଟିଙ୍ଗ ହୋଇଛି । ଏଥି ସହିତ ତିନି ରଥ ମୂଳଭୁଇଁରେ କଇଁଚି ବାଡିଆ ସହ ମଛି ଭୂଇଁରେ ଅନ୍ଧାରିତାଗ ଏବଂ ଭୂଇଁରେ କୁଁଚି ବାଡିଆ କାମ ଚାଲିଛି । ଏହି କାର୍ଯ୍ୟ ସରିବା ପରେ ବଡଧରା ପୋଟଳ ଉପରେ ପୁଣି ପାଞ୍ଚ ପରସ୍ତ ପୋଟଳ ଫିଟିଙ୍ଗ କରାଯିବ ଏବଂ ପାରାଭାଡି ଉଡିବ ।

ଆଜି ରଥଚାନ୍ଦିରେ ତିନିରଥର ୪ଟି ଲେଖାଏଁ କତରା ତିଆରି ଚାଲିଛି । ଚାରପରଛା ଉପରେ ଉପରେ କତରା ବାଡିଆ ହେବା ପରେ ରଥଘୋଡା ବନ୍ଧାଯିବ । ରଥଚାଳିରେ ରୂପକାର ସେବକ ମାନେ ଚାରପରଛା ଏବଂ ନାଟ ଗୋଡରେ ରାହୁ ରୂପ ଏବଂ ଡାଳିଲତା ଖୋଦେଇ କାର୍ଯ୍ୟ ଚାଲିଛି ଏବଂ ଏଥିସହିତ ଚିତ୍ରକର ମାନେ ସେମାନଙ୍କ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଶ୍ରୀମନ୍ଦିର ନୂତନ କାର୍ଯ୍ୟଳୟ ଠାରେ ପାଶ୍ୱଦେବଦେବୀଙ୍କ ରଙ୍ଗ କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ଦୋଳ ବେଦୀରେ ଅସ୍ଥାଇଶାଳରେ ଶଭା କଣ୍ଟା ଏବଂ ଦୂଳି ଦଣ୍ଡା ତିଆରି କାର୍ଯ୍ୟ ମଧ୍ୟ ଚାଲିଛି ।

ଆଜି ସକାଳେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକ ମାନଙ୍କର ଥର୍ମାଲ ସ୍କି୍ରନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥଥିବା ଜଣାପଡିଛି ।

ଅନ୍ୟପଟେ ଆଜି ୧୧.୧୦ ମିନିଟ ସମୟରେ ନିଳାଦ୍ରି ଉକ୍ତ ନିବାସ ଠାରେ ଶ୍ରୀମନ୍ଦିର ପ୍ରଶାସକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ ଅନୁÂାନିକ ଭାବେ ରିବନ କାଟି କୋଭିଡ-୧୯ ରୋଗର ପ୍ରତିକାର ପାଇଁ ହୋମିଓପ୍ୟାଥି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ । ଏଥିରେ ଡ. ଉମାକାନ୍ତ ପୁଷ୍ଟି ଏବଂ ଡ. ଅକ୍ଷୟ କୁମାର ପୁଷ୍ଟି ଗବେଷଣା ଅଧିକାରୀ ଏବଂ ଶ୍ରୀମନ୍ଦିର ହୋମିଓପ୍ୟାଥି ବାତବ୍ୟ ଚାରିଟେବୁଲ ଟ୍ରଷ୍ଟରେ ଡାକ୍ତର ଶ୍ରୀ ପଞ୍ଚାନନ ପ୍ରଧାନ ଉପସ୍ଥିତି ରହି କୋଭିଡ -୧୯ ରୋଗର ପ୍ରତିକାର ପାଇଁ ଭାଗନେଇଥିବା ଦଇତାପତି, ସେବକ ମାନଙ୍କୁ ସଚେତନତା କରାଇବା ସହ ଶକ୍ତି ବର୍ଦ୍ଧକ ହୋମିଓପ୍ୟାଥି ଔଷଧ ୫୯ ଜଣ ଦଇତାପତି ପରୀବାରଙ୍କୁ ବିତରଣ କରାଯାଇଥିଲା ।

ଏଥିସହ ରଥଖଳାରେ କାର୍ଯ୍ୟ କରୁଥିବା ଭୋଇ ସେବକ ଏବଂ ମହାରଣା ସେବକ ଏବଂ ଶ୍ରିମନ୍ଦିର କର୍ମଚାରୀ ସହ ୧୬୫ ଜଣଙ୍କୁ ଔଷଧ ବିତରଣ କରାଯାଇଥିଲା । ଆସନ୍ତାକାଲି ପ୍ରତିହାରୀ ନିଯୋଗ ଏବଂ ତାଙ୍କ ପରିବାରଙ୍କୁ କରୋନା ସଚେତନାତା ସହ ଔଷଧ ପ୍ରଦାନ କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

14 − five =