ଆଠଦିନରେ ଶିକ୍ଷକ ମାନଙ୍କର ଧାରଣା: ବସିପାରେ ମନ୍ତ୍ରୀସ୍ତରୀୟ ବୈଠକ

ଭୁବନେଶ୍ବର: ଦୀଘର୍ ଆଠଦିନ ହେବ ଚାଲିଥିବା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ପ୍ରସଙ୍ଗରେ ଆଜି ପୁଣି ଥରେ ବସିପାରେ ମନ୍ତ୍ରୀସ୍ତରୀୟ ବୈଠକ । ସୋମବାର ଦାବି ନେଇ ମିଳିତ ମଞ୍ଚର କର୍ମକର୍ତ୍ତା ଓ ତିନି ବିଭାଗୀୟ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ତେବେ ବୈଠକରେ କିଛି ନିଷ୍ପତି ନିଆଯାଇ ପାରିନଥିଲା । ବୈଠକରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ନାରାୟଣ ଦାସ ଯୋଗ ଦେଇଥିଲେ । ଶିକ୍ଷକମାନେ ରଖିଥିବା ୭ ଦଫା ଦାବି ମଧ୍ୟରୁ କିଛି ପୂରଣ କରାଯାଇଛି । ଅନ୍ୟାନ୍ୟ ଦାବିଗୁଡ଼ିକ ଉପରେ ଆଲୋଚନା କରାଯାଉଛି । ତେଣୁ ଶିକ୍ଷକମାନେ ଆନ୍ଦୋଳନରୁ ଓହରି ପାଠପଢ଼ାରେ ଯୋଗ ଦେବା ଲାଗି ଅର୍ଥମନ୍ତ୍ରୀ ଆହ୍ବାନ ଦେଇଥିଲେ । ଏଣୁ ଦିନକ ପରେ ଆଉ ଏକ ବୈଠକ ଗୁରୁତ୍ବ ବହନ କରୁଛି । ଆଜି ବୈଠକରେ କିଛି ନିଷ୍ପତି ନିଆଯିବ ବୋଲି ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

1 × two =