ମୋ ସରକାର ଗାଇଡଲାଇନ : ବଦଳିବ ସରକାରୀ ଅନୁଷ୍ଠାନର କାର୍ଯ୍ୟ ଶୈଳୀ

ଭୁବନେଶ୍ୱର (): ଘରୋଇ କମ୍ପାନୀ ଢାଞ୍ଚାରେ ଲୋକଙ୍କ ମତାମତରେ ସେବା ପ୍ରଦାନକାରୀ ଅଫିସରେ ସରକାରୀ କାର୍ଯ୍ୟଧାରାକୁ ସୁଦୃଢ ଓ ଦକ୍ଷ କରାଯିବ । ଏହାଦ୍ୱାରା ନାଗରିକମାନଙ୍କ ସଶକ୍ତିକରଣ ହୋଇପାରିବ । ଏଥିସହିତ ମୋ ସରକାର କାର୍ଯ୍ୟକ୍ରମରେ କେବଳ ମୁଖ୍ୟମନ୍ତ୍ରୀ ନିଜେ ସମସ୍ତଙ୍କୁ ଫୋନ କରିବେ ନାହିଁ । ମନ୍ତ୍ରୀମଣ୍ଡଳର ସବୁ ମନ୍ତ୍ରୀ, ବିଭାଗୀୟ ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନେ ଫୋନ୍ କରିବେ । ଥାନା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ, ପୁଲିସ ଡିଜି ଓ ଡିଆଇଜିମାନେ ଫୋନ୍ କରିବେ । ସେହିପରି ସ୍ୱା୍ୱାସ୍ଥ୍ୟସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, ସ୍ୱ।।ସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ନିର୍ଦ୍ଦେଶକ ଫୋନ୍ କରି ଲୋକେ କିଭଳି ସେବା ପାଇଛନ୍ତି ତାହା ପଚାରି ବୁଝିବେ ।

ଗାନ୍ଧୀ ଜୟନ୍ତୀରୁ ଥାନା ଓ ଡାକ୍ତରଖାନାରେ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ୨୧ ସୂତ୍ରୀ ଗାଇଡଲାଇନ୍ ଜାରି ହୋଇଛି । ଏହି ଗାଇଡଲାଇନରେ ‘ମୋ ସରକାର’ କାର୍ଯ୍ୟକ୍ରମ କିଭଳି ସଂଚାଳନ ହେବ, କେଉଁସବୁ ବିଭାଗରେ ଏହା କାର୍ଯ୍ୟ କରିବ, ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ କିଏ ଶୁଣିବେ ଓ ସେମାନଙ୍କୁ କିଏ ଫୋନ୍ କରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଫୋନ୍ କରିବେ ନାହିଁ ଓ ବିକ୍ଷିପ୍ତ ଭାବେ ମୁଖ୍ୟମନ୍ତ୍ରୀ ଯାହାକୁ ଚାହିଁବେ ତାଙ୍କୁ ଫୋନ୍ କରିବେ ବୋଲି କୁହାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ‘ମୋ ସରକାର’ ଗାଇଡଲାଇନରେ ମୋଟ ୨୧ଟି ପଏଣ୍ଟ ରହିଛି । ବ୍ୟାପକ ପରିବର୍ତ୍ତନ ପାଇଁ ଫାଇଭ-ଟି କାର୍ଯ୍ୟକ୍ରମ ଅଧୀନରେ ମୋ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମୟ ସରକାରୀ ଅଫିସକୁ ବିଭିନ୍ନ ସେବା ପାଇଁ ଆସୁଥିବା ଲୋକଙ୍କ ପ୍ରତ୍ୟକ୍ଷ ମତାମତକୁ ବିକ୍ଷିପ୍ତ ଭାବେ ସଂଗ୍ରହ କରାଯାଇ କର୍ମଚାରୀଙ୍କ ବ୍ୟବହାର ଓ ବୃତ୍ତିଗତ ଦକ୍ଷତାରେ ପରିବର୍ତ୍ତନ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ସରକାରୀ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟଧାରା ଓ ବ୍ୟବହାରରେ ଉନ୍ନତି ଆଣିବା ଏବଂ ଲୋକଙ୍କ ସମସ୍ୟା ପ୍ରତି ସରକାରୀ କର୍ମଚାରୀଙ୍କର ବୃତ୍ତିଗତ ଓ ନୈତିକ ଦୃଷ୍ଟିଭଙ୍ଗୀ ସହ କାର୍ଯ୍ୟପ୍ରଣାଳୀ ଜାଣିବା ପାଇଁ ରାଜ୍ୟ ସରକାର ଏହି ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଲୋକମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା ଓ ସରକାରୀ ଅନୁଷ୍ଠାନର ପ୍ରକୃତ ମାଲିକ । ତେଣୁ ଏହି ବି·ରଧାରାକୁ ଭିତ୍ତିକରି ସରକାରୀ ଅନୁଷ୍ଠାନକୁ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଓ ସେମାନଙ୍କର ସମସ୍ୟା ସମାଧାନ ପାଇଁ ସରକାରୀ କର୍ମଚାରୀମାନେ କିଭଳି ବୃତ୍ତିଗତ ଓ ସେବା ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ଅବଗତ ହେବା ନିମନ୍ତେ ଏହା ସଶକ୍ତିକରଣ ପଦକ୍ଷେପ ।

‘ମୋ ସରକାର’ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଫୋନ୍ କରିବେ ନାହିଁ ବୋଲି ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି । ମନ୍ତ୍ରୀମଣ୍ଡଳର ସବୁ ମନ୍ତ୍ରୀ, ବିଭାଗୀୟ ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନେ ଫୋନ୍ କରିବେ । ଥାନା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ, ପୁଲିସ ଡିଜି ଓ ଡିଆଇଜିମାନେ ଫୋନ୍ କରିବେ । ସେହିପରି ସ୍ୱା୍ୱାସ୍ଥ୍ୟସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, ସ୍ୱ।।ସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ନିର୍ଦ୍ଦେଶକ ଫୋନ୍ କରି ଲୋକେ କିଭଳି ସେବା ପାଇଛନ୍ତି ତାହା ପଚାରି ବୁଝିବେ ।

୨୦୨୦ ମାର୍ଚ୍ଚ ୫ତାରିଖରୁ ରାଜ୍ୟ ସରକାର ନିଜର ସମସ୍ତ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଲାଗୁ କରିବେୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ଓ ସେବା ସମ୍ପର୍କରେ ଟୋଲ ଫ୍ରି ନମ୍ବର ୧୪୫୪୫କୁ ଫୋନ୍ କରି ଯେକେହି ନିଜର ଅଭିଯୋଗ କିମ୍ବା ପରାମର୍ଶ ଦେଇପାରିବେ । ତେବେ ଏହା ଅଭିଯୋଗ ଶୁଣାଣୀ ପ୍ଲାଟଫର୍ମ ନୁହେଁ ବରଂ ସରକାରୀ ସଂସ୍ଥାଗୁଡ଼ିକ ସମ୍ପର୍କରେ ମତାମତ ସଂଗ୍ରହ ପାଇଁ ଏକ ବ୍ୟବସ୍ଥା । ଯେଭଳି ହୋଟେଲ କିମ୍ବା ସେବା ପ୍ରଦାନକାରୀ କମ୍ପାନୀମାନେ ଲୋକଙ୍କ ମତାମତ ନେଇ ନିଜ ବ୍ୟବସ୍ଥାରେ ସୁଧାର ଆଣିଥାନ୍ତି, ଠିକ ସେହିଭଳି ଜନସାଧାରଣଙ୍କ ମତାମତରେ ସରକାରୀ ସେବା ପ୍ରଦାନକାରୀ ଅନୁଷ୍ଠାରେ ସଂସ୍କାର ସହ ବ୍ୟବସ୍ଥିତ କରାଯିବ ।

Share

Leave a Reply

Your email address will not be published. Required fields are marked *

five × three =