କୋଭିଡ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କଲେ 5-ଟି ସଚିବ

ଭୁବନେଶ୍ୱର () କରୋନା ମୁକାବିଲାରେ ଓଡିଶା ସରକାର ସାରା ଦେଶରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଘରୋଇ ଉଦ୍ୟୋଗରେ 1000 ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ନିର୍ମାଣ କରାଯାଉଛି । ସମ ଓ କିମସ ପକ୍ଷରୁ 1000 ବେଡ଼ର କୋଭିଡ ହସ୍ପିଟାଲ ନିର୍ମାଣ କରାଯାଉଛି । 

ଏହି ଦୁଇଟି ହସ୍ପିଟାଲର ନିର୍ମାଣ କାର୍ଯ୍ୟକୁ ନିଜେ 5-ଟି ସଚିବ ସମୀକ୍ଷା କରିଛନ୍ତି । 5-ଟି ସଚିବ ଭି କେ ପାଣ୍ଡିୟାନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଡିଏମଇଟି ସିବିକେ ମହାନ୍ତି, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଆଜି ସନ୍ଧ୍ୟାରେ କୋଭିଡ ହସ୍ପିଟାଲ ବୁଲି ଦେଖିଛନ୍ତି । ହସ୍ପିଟାଲ ନିର୍ମାଣ ସହ ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେସନ ବ୍ୟବସ୍ଥା, ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା କିଭଳି କାର୍ଯ୍ୟକ୍ଷମ ହୋଇଛି ତାହା ବୁଲି ଦେଖିଛନ୍ତି । 

ଦେଶରେ କୋଭିଡ ହସ୍ପିଟାଲ ନିର୍ମାଣରେ ଓଡିଶା ପ୍ରଥମ । ଘରୋଇ କ୍ଷେତ୍ରରେ 1000 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଅନ୍ୟ କୌଣସି ରାଜ୍ୟ କରିନଥିବା ବେଳେ ଓଡିଶା ଏଦିଗରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଏନେଇ ଦୁଇଦିନ ତଳେ ସମ ଓ କିମସ ସହ ସରକାର ଚୁକ୍ତି କରିଥିଲେ । 15 ଦିନ ମଧ୍ୟରେ ଏହି ଦୁଇଟି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । 

Share

Leave a Reply

Your email address will not be published. Required fields are marked *

three × one =