ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ରାହୁଲ ଗାନ୍ଧୀ : ଗୁଲାମନବୀ

୨୦୧୯ ଯୁଦ୍ଧ ଜିତି କିଏ ରାଜଗାଦି ଅଳଙ୍କୃତ କରିବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି । ଛୋଟ ଠାରୁ ବଡ଼ ରାଜନୈତିକ ଦଳ ଗୁଡ଼ିକ ସରକାର ଗଢ଼ିବା ପାଇଁ ଆଶାବାଦୀ । ମହାଯୁଦ୍ଧର ଫଳାଫଳ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଚାଲିଛି ବିତର୍କ । ସମସ୍ତେ ନିଜକୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସୁଯୋଗ ମଣୁଛନ୍ତି । ଏହି ପରିପେକ୍ଷୀରେ କଂଗ୍ରେସର ବରିଷ୍ଠ ନେତା ଗତକାଲି ଦେଇଥିବା ବୟାନରୁ ୟୁଟର୍ଣ୍ଣ ମାରିଛନ୍ତି । ପଧାନମନ୍ତ୍ରୀ ପଦ ଛାଡିବାକୁ କଂଗ୍ରେସ ପ୍ରସ୍ତୁତ ବୋଲି ଇସାରାରେ କହିଥିଲେ ଗୁଲାମନବୀ । ହେଲେ ଆଜି ତାଙ୍କ ବୟାନ ପରିବର୍ତ୍ତନ କରି ପୁଣି ଚର୍ଚ୍ଚା ଘେରକୁ ଆସିଛନ୍ତି ।

ଗୁଲାମନବୀ କହିଛନ୍ତି, ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସର କୌଣସି ଇଚ୍ଛା ନାହିଁ କହିବା ଠିକ୍ ନୁହେଁ । କଂଗ୍ରେସ ସବୁଠାରୁ ବଡ଼ ରାଜନୈତିକ ଦଳ । ପାଂଚ ବର୍ଷ ସୁରୁଖୁରୁରେ ତଥା ସ୍ଥିର ଶାସନ ଚଳାଇବା ପାଇଁ ବଡ଼ ପାର୍ଟିକୁ ସୁଯୋଗ ମିଳିବା ଦରକାର । ସବୁଠାରୁ ବଡ ଦଳକୁ ନେତୃତ୍ୱ ନେବାର ମୌକା ଦିଆଯିବା ଉଚିତ । ହେଲେ ନିର୍ବାଚନର ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଧନମନ୍ତ୍ରୀ ପନ ପାଇଁ ବର୍ତ୍ତମାନ ସମୟରେ କୌଣସି ବିବାଦ ଉତ୍ପର୍ଣ୍ଣ ହେବା ଠିକ୍ ନୁହେଁ । ସମସ୍ତଙ୍କ ସହମତିରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ଣ୍ଣୟ ନିଆଯିବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ବୋଲି କହିଛନ୍ତି ଗୁଲାମନବୀ ।

ସେ କହିଛନ୍ତି ରାଜନୀତିରେ ଇତିହାସରେ ଦେଖିବାକୁ ଗଲେ, ଛୋଟ ଦଳ ସରକାର ଗଢ଼ିଲେ ବର୍ଷେ କି ଦୁଇ ବର୍ଷ ହିଁ ତିଷ୍ଠି ପାରିଛି । ଛୋଟ ଦଳ ସ୍ଥିର ସରକାର ଗଢ଼ିପାରିନାହାନ୍ତି । ଅନ୍ୟପଟେ ମୋଦି ସରକାରଙ୍କ ଠାରୁ ଭଲ ସରକାର ଚଳାଇବାର କ୍ଷମତା କେବଳ କଂଗ୍ରେସ ଦଳ ପାଖରେ ରହିଛି ସେ କହିଛନ୍ତି । ସମସ୍ତଙ୍କ ସହଯୋଗରେ ହିଁ ଉଚିତ ନିର୍ଣ୍ଣୟ ନିଆଯାଇପାରିବ । ଏନଡ଼ିଏ ସରକାରକୁ ରୋକିବା ପାଇଁ କେବଳ କଂଗ୍ରେସ ହିଁ ସକ୍ଷମ ।

Share

Leave a Reply

Your email address will not be published. Required fields are marked *

4 × three =