ମଧ୍ୟପ୍ରଦେଶରେ ନଭେମ୍ବର ୧ରୁ ମିଳିବ ମାଗଣା ରାସନ

ଲକ୍ଷେ୍ନø: ଆଉ ଦେବାକୁ ପଡ଼ିବନି ଟଙ୍କା । ଏଥରକ ମାଗଣାରେ ମିଳିବ ରାସନ । ଆଜି ଏଭଳି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହ୍ୱାନ । ଶିବରାଜ କହିଛନ୍ତି, ୧ ନଭେମ୍ବରରୁ ୮୯ ଜନଜାତି ଥିବା ବ୍ଲକରେ ପ୍ରତି ଘରକୁ ମାଗଣାରେ ରାସନ ଦିଆଯିବ। ଆଦିବାସୀ ଜନଜାତିଙ୍କୁ ନିଜ କାମ ଛାଡ଼ି ଆଉ ରାସନ ଦୋକାନକୁ ଆସିବାକୁ ପଡ଼ିବନି। ଏଥିପାଇଁ ତାଙ୍କ ଗାଡ଼ି ବ୍ୟବହାର କରାଯିବ ଓ ପ୍ରତି ଘରେ ରାସନ ପହଞ୍ଚାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଜବଲପୁରରେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଜନଜାତି ନେତାଙ୍କ ସମ୍ମାନରେ ଶନିବାର ଆୟୋଜିତ ଗୌରବ ଦିବସ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସମ୍ବୋଧିତ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

ten − ten =