ରାଜ୍ୟରେ ମୁଣ୍ଡପିଛା ଋଣ ଭାର ବଢିଲା

ଭୁବନେଶ୍ୱର()  ରାଜ୍ୟରେ ଅଭିବୃଦ୍ଧି ହାର କମିଲା । । ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୧୬% ରହିବା ଆକଳନ ହୋଇଛି । ଗତବର୍ଷ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ୭.୯୦% କରିଥିଲା । ବାତ୍ୟା ଯୋଗୁଁ କୃଷି ଉପôାଦନ କମିଥିବାରୁ ଜିଏସଡିପି ଉଲ୍ଲେଖ ହୋଇଛି । ଖଣିଜ କାରାବାରରେ ମାନ୍ଦା ଯୋଗୁଁ ଜିଏସଡିପି କମିଥିବା ମଧ୍ୟ ଉଲ୍ଲେଖ ହୋଇଛି ।

ଏହାବାଦ୍ ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ୨୦୧୯ ସୁଦ୍ଧା ଋଣ ଭାର ହେଉଛି ୮୪,୬୭୬.୩୫ କୋଟି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ୧୦୬୫୨୬.୮୬ କୋଟି ହେବ ବୋଲି ବଜେଟରେ ଆକଳନ କରାଯାଇଛି । ଡିସେମ୍ବର ୨୦୧୯ ସୁଦ୍ଧା ରାଜ୍ୟ ସରକାରଙ୍କ ମୁଣ୍ଡପିଛା ଋଣଭାର ହେଉଛି ୧୮୪୯୭.୫୮ ଟଙ୍କା ଅଛି ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ।

ଏନେଇ ଆଜ ବିଧାନସଭାରେ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Share

Leave a Reply

Your email address will not be published. Required fields are marked *

9 + 16 =