୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଶିକ୍ଷକଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା | ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ କାମ କରୁଥିବା ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା । ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ଏଭଳି ପଦକ୍ଷେପ ନେଇଛି । କରୋନା ନିୟନ୍ତ୍ରଣ ପାଇଁ ଟେଷ୍ଟିଂ କରାଯାଉଛି । ଏପ୍ରିଲ ୧ରୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ ।

ରାଜ୍ୟ ସରକାରଙ୍କ ତରଫରୁ ରାଜଧାନୀ ଭୁବନେଶ୍ୱରରେ ଦୈନିକ ୬ ହଜାର ଟେଷ୍ଟିଂ କରିବା ପାଇଁ ଟାର୍ଗେଟ ଦିଆଯାଇଛି। ବର୍ତ୍ତମାନ ୫ଟି ବିଭାଗ ଉପରେ ଗୁରୁତ୍ୱ ଦିଆଯାଉଛି। ଷ୍ଟ୍ରିଟ୍ ଭେଣ୍ଡର, ମଲ କର୍ମଚାରୀ , ରେଷ୍ଟୁରାଣ୍ଟର କର୍ମଚାରୀ, ୪୫ରୁ ଅଧିକ ବୟସର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଓ ସେସୁ କର୍ମଚାରୀଙ୍କୁ ନେଇ ଆମେ ପାଖାପାଖି ୨୦ହଜାରରୁ ଅଧିକ ଲୋକଙ୍କ ଏକ ଲିଷ୍ଟ କରିଛୁ। ଆମର ଲକ୍ଷ୍ୟ ବର୍ତ୍ତମାନ ୧ ରୁ ୨ମାସ ଭିତରେ ସମସ୍ତଙ୍କୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରିବା ନେଇ କହିଛନ୍ତି ବିଏମସି କମିଶନର।

Share

Leave a Reply

Your email address will not be published. Required fields are marked *

fourteen − 6 =