ସାଲୁ ଜିନ୍ଦଲଙ୍କୁ ଉର୍ବଶୀ ପୁରସ୍କାରରେ ସମ୍ମାନୀତ

ଭୁବନେଶ୍ୱର() ଭାରତୀୟ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କୁଚ୍ଚିପୁଡି ନୃତ୍ୟାଙ୍ଗନା ତଥା ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ଉର୍ବଶୀ ପୁରସ୍କାରରେ ସମ୍ମାନୀତ  କରାଯାଇଛି । ପ୍ରସିଦ୍ଧ ସଙ୍ଗୀତଜ୍ଞ ପ୍ରଦ୍ମଶ୍ରୀ ପ୍ରଫୁଲ କରଙ୍କ ୮୧ତମ ଜନ୍ମ ଦିବସରେ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମ ‘କମଳ ଦେଶ ରାଜକୁମାର’ରେ ଶ୍ରୀମତୀ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ   କରିଥିଲେ । ଏହି କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ଡଃ ସୀତାକାନ୍ତ ମହାପତ୍ର,ପଦ୍ମଶ୍ରୀ ପ୍ରଫୁଲ୍ଲ କର, ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାତ ମହାପାତ୍ର । ପୁର୍ବତନ ସାଂସଦ ପ୍ରସନ୍ନ କୁମାର ପାଟଶାଣୀ, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଉପସ୍ଥିତ ରହିଥିଲେ  ।

ଏହି ପୁରସ୍କାର ଗ୍ରହଣ କରି ଶ୍ରୀମତି ଜିନ୍ଦିଲ ପ୍ରଫୁଲ୍ଲ କର ଫାଉଣ୍ଡେସନ ଏବଂ ଓଡିଶାବାସୀଙ୍କ ପ୍ରତି କୃତଜ୍ଞତା ଜଣାଇବା ସହିତ କହିଥିଲେ, କଳା ଓ ନୃତ୍ୟ ମୋ ଜୀବନ । ଭାରତର ଅନନ୍ୟ ନୃତ୍ୟ ଓ କଳାର ପ୍ରସାର ପାଇଁ ମୁଁ ଯଥା ସମ୍ଭବ ଚେÂା କରି ଆସୁଛି । ଓଡିଶାର ସୁପ୍ରସିଦ୍ଧ ସଙ୍ଗୀତଜ୍ଞ ଏବଂ ପଦ୍ମ ସମ୍ମନଧାରୀ ବ୍ୟକ୍ତି ମାନଙ୍କ ଉପସ୍ଥିତିରେ ଏହି ପୁରସ୍କାର  ଗ୍ରହଣକରି ମୁଁ ଗର୍ବ ଅନୁଭବ କରୁଛି । 

ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ, ଓଡିଶାର କଳା ଓ ସସ୍କୃତି ଅଦ୍ୱିତୀୟ । ଓଡିଶା କଳା ଓ ସଂସ୍କୃତି ତଥା ଲୋକମାନଙ୍କର ବିକାଶ ନିମନ୍ତେ ଅଧିକ କାର୍ଯ୍ୟ କରିବା ପାଇଁ ଏହି ପୁରସ୍କାର ମୋତେ ପ୍ରୋତ୍ସାହିତ କରିବ । 

 

Share

Leave a Reply

Your email address will not be published. Required fields are marked *

7 − six =