ଏଣିକି ଗଣ ମାଧ୍ୟମରେ ଆଉ ମୁହଁ ଖୋଲିବେନି ସରକାରୀ ବାବୁ

ଭୁବନେଶ୍ୱର()  ଏଣିକି ଗଣ ମାଧ୍ୟମରେ ମୁହଁ ଖୋଲିବେନି ସରକାରୀ ବାବୁ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏମିତି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସରକାରୀ ସେବାର କଣ୍ଡକ୍ଟ ରୁଲର ଧାରା ୭ ଅନୁଯାୟୀ ମିଡିଆ ଓ ସୋସିଆଲ ମିଡିଆରେ ନିଜ ବିଭାଗ ନେଇ କୈଣସି ମତ କି ଲେଖା ଲେଖିପାରିବେନି ସରକାରୀ ଅଧିକାରୀ । ଏନେଇ ଜିଏ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।

ସରକାରୀ ବାବୁଙ୍କ ମୁହଁରେ ଲାଗିବ ତୁଣ୍ଡି। ଆଉ ନିଜ ଇଛାରେ ଗଣମାଧ୍ୟମରେ ରଖିପାରିବେନି ପ୍ରତିକ୍ରିୟା। ଏମିତି କଟକଣା ଲଗାଇଛନ୍ତି ରାଜ୍ୟ ସରକାର। କୌଣସି ସଚିବ, କର୍ମଚାରୀ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିପାରିବେନି ବୋଲି ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ। ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ସ୍ବତନ୍ତ୍ର ସଚିବ ଏବଂ କମିଶନରଙ୍କଠୁ ଆରମ୍ଭ କରି ଆରଡିସି ଓ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖାଯାଇଛି ।

ସରକାରଙ୍କ ନିଷ୍ପତ୍ତିକୁ କିନ୍ତୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ। ଏହାଦ୍ବାରା ଦୁର୍ନୀତି ଲୁଚିବ ଏବଂ ସତ ପଦାକୁ ଆସିବନି ।ଅନ୍ୟପକ୍ଷରେ ଶାସକ ଦଳର ଯୁକ୍ତି ସରକାର କେଉଁଠି ଗଣମାଧ୍ୟରେ ପ୍ରତିକ୍ରିୟା ରଖିବାକୁ ଅଧିକାରୀ ମାନଙ୍କୁ ମନା କରି ନାହାନ୍ତି। ବରଂ କେନ୍ଦ୍ର ସରକାରଙ୍କ ସରକାରୀ ସେବାର କଣ୍ଡକ୍ଟ ରୁଲର ଧାରା ୭କୁ ଅନୁପାଳନ କରିବାକୁ ନିର୍ଦେଶ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

three × four =