ନୂଆଖାଇର ବାର୍ତ୍ତା ଏକ ସମୃଦ୍ଧ ରାଜ୍ୟ ଗଠନରେ ସହାୟକ ହେବ

ଭୁବନେଶ୍ୱର () ନୂଆଖାଇ ଆମ ସଂସ୍କୃତିର ମହାନ ପର୍ବ । ବଡ ମାନଙ୍କୁ ସମ୍ମାନ ଓ ସମସ୍ତଙ୍କୁ ସାଥିରେ ନେଇ କାମ କରିବାକୁ ଏହି ପର୍ବ ପ୍ରେରଣା ଦିଏ । ନୂଆଖାଇ ମହାନ ବାର୍ତ୍ତାକୁ ନେଇ କାମ କରେ । ଆମେ ଏକ ଆଦର୍ଶ ସମାଜ ଓ ସଂବୃଦ୍ଧ ରାଜ୍ୟ ଗଠନ କରିପାରିବା । ଆଜି ଭୁବନେଶ୍ୱର ସ୍ଥିତ ୟୁନିଟ 9 ପଡ଼ିଆ ରେ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସଂଗଠନ ତରଫରୁ ଆୟୋଜିତ ନୂଆଖାଇ ଭେଟଘାଟ 2108ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମ୍ବଲପୁରୀ ନୃତ୍ୟ, ସମ୍ବଲପୁରୀ ଗୀତ ଓ ଶାଢ଼ୀ ଆଜି ସାରା ବିଶ୍ୱରେ ପ୍ରସିଦ୍ଧ ହୋଇ ଓଡ଼ିଆ ସଂସ୍କୃତିର ଜୟଗାନ କରୁଛି । ଆୟୋଜନ ସମିତି ଚେୟାରମ୍ୟାନ ତଥା ପଶ୍ଚିମ  ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ଏହି ଭେଟଘାଟରେ ମୁଖ୍ୟମନ୍ତ୍ରୀ ଏକ ସ୍ମରଣିକା ଉନ୍ମୋଚିତ କରିବା ସହ ପଚିଂମ ଓଡିଶା ର ସମ୍ବଲପୁରୀ ଶାଢ଼ୀ,ନାଚ କୁ ବେଶ ପ୍ରଶଂସା କରିଥିଲେ। ବିଭିନ୍ନ କ୍ଷେତ୍ରରେ ନିଜର ଅବଦାନ ପାଇଁ ନାମ କରି ଥିବା 9 ଜଣଙ୍କୁ ମୁଖ୍ୟମନ୍ତ୍ରୀ ସମାନିତ ମଧ୍ୟ କରିଥିଲେ। ଏହା ପରେ ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହାଇଥିଲା।

Share

Leave a Reply

Your email address will not be published. Required fields are marked *

15 − thirteen =