ଚାନ୍ଦିପୁର ଘାଟିରୁ ‘କ୍ୟୁଆରଏସ୍ଏମ୍’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଗୁରୁବାର ଆଉ ଏକ ବଡ଼ ସଫଳତା ମିଳିଛି। ଓଡିଶାର ଚାନ୍ଦିପୁର ଘାଟିରୁ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହୋଇପାରୁଥିବା ‘କ୍ୟୁଆରଏସ୍ଏଏମ୍’ କ୍ଷେପଣାସ୍ତ୍ରର ୬ ଫ୍ଲାଇଟ୍ ପରୀକ୍ଷଣ ସଫଳ ହୋଇଛି | ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସେନା ମିଳିତ ଭାବେ ଏହି ପରୀକ୍ଷଣ କରିଛନ୍ତି।

ଓଡ଼ିଶାର ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି (ଆଇଟିଆର୍)ରୁ ‘କ୍ୟୁଆରଏସ୍ଏମ୍’ ମିସାଇଲର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି | ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ରରେ ନିୟୋଜିତ ସମସ୍ତ ଟେକ୍ନୋଲୋଜି ଏବଂ ସବ୍ ସିଷ୍ଟମ୍ ସଠିକ୍ ପ୍ରଦର୍ଶନ କରିଥିଲେ ଏବଂ ମିଶନର ସମସ୍ତ ଆବଶ୍ୟକତା ପୂରଣ କରିଥିଲା | ଏହି ଅବସରରେ ଡିଆରଡିଓ ସହିତ ଜଡିତ ବରିଷ୍ଠ ବୈଜ୍ଞାନିକ ଏବଂ ଅଧିକାରୀଙ୍କ ଏକ ଟିମ୍ ମଧ୍ୟ ଉପସ୍ଥିତ ଥିଲେ। ଏହି କ୍ଷେପଣାସ୍ତ୍ର ସଫଳତାର ସହିତ ୬ ଥର ପରୀକ୍ଷଣ କରାଯାଇଛି ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସ୍ୱଳ୍ପ ଦୂରଗାମୀ ‘କ୍ୟୁଆରଏସ୍ଏମ୍’ କ୍ଷେପଣାସ୍ତ୍ର ଏକାସାଙ୍ଗରେ ଏକାଧିକ ଟାର୍ଗେଟ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି | ଏହି କ୍ଷେପଣାସ୍ତ୍ରର ୨୫ ରୁ ୩୦ କିଲୋମିଟର ଦୂରତାରେ ଥିବା ଶତ୍ରୁ ଠିକଣା ଉପରେ ଆକ୍ରମଣ କରିବାକୁ ସକ୍ଷମ | ଏହାକୁ ତ୍ୱରିତ ପ୍ରତିକ୍ରିୟାଶୀଳ କ୍ଷେପଣାସ୍ତ୍ର ରୂପେ ପ୍ରସ୍ତୁତ କରାଯାଇଛି | ଏହା ସବୁ ଋତୁରେ କାମ କରିପାରିବ |

Share

Leave a Reply

Your email address will not be published. Required fields are marked *

5 × 5 =