ଖୁବଶୀଘ୍ର ଗିରଫ ହେବ ଗ୍ୟାଙ୍ଗଷ୍ଟାର ହାଇଦର: ସିପି

କଟକ: ଏସସିବି ମେଡ଼ିକାଲରୁ ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ କମିଶନରେଟ୍ ପୋଲିସର ବଡ଼ଧରଣର ଅଭିଯାନ । କଟକ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରି ହାଇଦରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । କମିଶନର କହିଛନ୍ତି ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏସପିଙ୍କୁ ଏନେଇ ଆଲର୍ଟ କରାଯାଇଛି । ଏହା ବ୍ୟତୀତ ପଶ୍ଚିମବଙ୍ଗ ସୀମାବର୍ତୀ ଜିଲ୍ଲା ବାଲେଶ୍ୱର ଏସପି ଓ ମୟୁରଭଞ୍ଜ ଏସ୍ପିଙ୍କୁ ଖବର ଦିଆଯାଇଛି । କାରଣ, ପଶ୍ଚିମବଙ୍ଗ ସୀମା ଦେଇ ଖସିବାର ଉଦ୍ୟମ କରିବାର ଆଶଙ୍କା ଥିବାରୁ ଏହି ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି ।

ଫଟୋ ସର୍କୁଟେଲ କରି ହାଇଦରକୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍ । ସେହିପରି ଗ୍ୟାଙ୍ଗଷ୍ଟାର ହାଇଦରର ପୁରୁଣା ଲିଙ୍କ୍ ଓ ନୂଆ ଲିଙ୍କ୍ ସହ ଯୋଗାଯୋଗ କରି ତାକୁ ଧରିବାକୁ ଉଦ୍ୟମ କରୁଛି ପୋଲିସ୍ । ବର୍ତମାନ ସମୟରେ ଗ୍ୟାଙ୍ଗଷ୍ଟାର ହାଇଦର କେଉଁଠି ଠାବ କରାଯିବ ତାକୁ ପ୍ରାଥମିକତା ଦେଇ ଖୋଳତାଳ ଆରମ୍ଭ କରିଛି ପୋଲିସ୍ ।

Share

Leave a Reply

Your email address will not be published. Required fields are marked *

sixteen − 9 =