ଛାତ ଭୁଷୁଡିବାର କାରଣ ଖୋଜିବ ଟେକ୍ନିକାଲ ଟିମ୍‌

ଭୁବନେଶ୍ୱର() ଭୁବନେଶ୍ବର ବିମାନବନ୍ଦରରେ ବଡ଼ ଅଘଟଣ ଘଟିଛି । ନିର୍ମାଣାଧୀନ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା ।

ଖବର ପାଇବା ପରେ ପରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା , ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଦୁର୍ଘଟଣା ସ୍ଥଳରେ ପହଁଚିଥିଲେ ।

ତେବେ ଏହାର ତଦନ୍ତ ନିମନ୍ତେ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଏକ ଟେକ୍ନିକାଲ ଟିମ୍ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଛାତ ଭୁଶୁଡ଼ିବା ଘଟଣାରେ ଏୟାରପୋର୍ଟ ନିର୍ଦ୍ଦେଶକ ବିଭି ରାଓ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଘଟଣାର ବୈଷୟିକ ଦିଗ ସମ୍ପର୍କରେ ତଦନ୍ତ କରାଯିବ। ଖୁବ ଶୀଘ୍ର କମିଟି ଭୁବନେଶ୍ୱର ଆସି ତଦନ୍ତ କରିବ। ସମସ୍ତ ତଥ୍ୟ ପ୍ରମାଣ ଭିତ୍ତିରେ ଆମେ ପୁଲିସ୍ରେ ଅଭିଯୋଗ କରିବୁ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ। ଏଥିସହ ମୃତାହତଙ୍କୁ କ୍ଷତିପୂରଣ ଦେବା ଦାୟିତ୍ୱ ସମ୍ପୃକ୍ତ ଠିକାଦାର ସଂସ୍ଥାର ବୋଲି ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

1 × 1 =