ରାଜ୍ୟରେ ଦୁଇ ଦିନ ଘନ କୁହୁଡି ଆଶଙ୍କା

ଆସନ୍ତା ୯ ଓ ୧୦ ତାରିଖରେ ରାଜ୍ୟରେ ପୁଣି ହେବ ବର୍ଷା । ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ସମେତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖା ଦେଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା। ତେବେ ମଙ୍ଗଳବାର ବି ସମ୍ଭାବ୍ୟ ଘନ କୁହୁଡି ପାଇଁ ୧୨ ଜିଲ୍ଲାରେ ସତର୍କ ସୂଚନା ଜାରି ହୋଇଛି ।

Share

Leave a Reply

Your email address will not be published. Required fields are marked *

fifteen − 10 =