ବରଫ ଝଡରେ ନିଖୋଜ ୫ ଯବାନ

ବରଫ ଝଡ ଭିତରେ ଭାରତୀୟ ଯବାନ ନିଖୋଜ ହୋଇଛନ୍ତି । ଅରୁଣାଞ୍ଚଳ ପ୍ରଦେଶ କାମେଙ୍ଗ ସେକ୍ଟରରେ ବରଫ ଝଡ ଯୋଗୁଁ ୫ ଯବାନ ନିଖୋଜ ହୋଇଯାଇଛନ୍ତି । ଭାରତୀୟ ବାୟୁ ଏବଂ ସ୍ଥଳସେନା ପକ୍ଷରୁ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି । ଅନେକ ତଳ ପର୍ଯ୍ୟନ୍ତ ବରଫ ଖସି ଆସିଛି । ତାସହିତ ନୂଆ ବରଫର ପାହାଡ ମଧ୍ୟ ସୃଷ୍ଟି ହୋଇଛି । ଏଠି ବରଫର ମାତ୍ରା ଏତେ ଅଧିକ ରହିଛି ଯେ, ରେସ୍କ୍ୟୁ ଅପରେସନରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ଚୀନ ଏବଂ ଭୂଟାନ ସୀମାରେ ଏହି ଅଘଟଣ ଘଟିଛି । ଏହି ଅଞ୍ଚଳ ସମୂଦ୍ର ପତ୍ତନରୁ ୧୪ ହଜାର ୫୦୦ ଫୁଟ ଉଚ୍ଚରେ ରହିଛି । ତେଣୁ ଅଭିଜ୍ଞ ସମ୍ପନ୍ନ ବ୍ୟକ୍ତିଙ୍କୁ ଏ ରେସ୍କ୍ୟୁରେ ନିୟୋଜିତ କରାଯାଇଛି । ୱିଣ୍ଟର ପାଟ୍ରୋଲିଂବେଳେ ହଠାତ ବରଫ ଝଡ ହେବାରୁ ଯବାନମାନେ ନିଖୋଜ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen + five =