ବିଜେପିରେ ଯୋଗଦେଲେ କଂଗ୍ରେସ ନେତା ଜିତେନ୍ ପ୍ରସାଦ

ନୂଆଦିଲ୍ଲୀ: ହାତ ଛାଡ଼ି ପଦ୍ମ ଧରିଲେ ଜିତେନ୍ ପ୍ରସାଦ । ଆଜି ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି ଜିତେନ୍ । ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରଣିତ ହୋଇ ପଦ୍ମ ଧରିଥିବା କହିଛନ୍ତି ଜିତିନ୍ । ମନମୋହନ ସିଂହଙ୍କ ମନ୍ତ୍ରୀ ମଣ୍ଡଳରେ ମାନବ ସବଳ ମନ୍ତ୍ରୀ ଥିଲେ ଜିତେନ୍ । ଦିଗଙ୍ଗତ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ହେଉଛନ୍ତି ଜିତିନ୍ । ରାଜୀବ ଗାନ୍ଧୀ ଓ ନରସିଂହ ରାଓଙ୍କ ରାଜନୈତିକ ପରାମର୍ଶଦାତା ଥିଲେ ଜିତେନ୍ଦ୍ର । କଂଗ୍ରେସରେ ବାପା ପୁୃଙ୍କ ବେଶ ଦବଦବା ରହିଥିଲା । କଂଗ୍ରେସର ଜଣେ ଆଗଧାଡ଼ିର ନେତାଥିଲେ ଜିତେନ । ଏବେ ବିଜେପିରେ ମିଶିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

four × three =