ରାସ୍ତାରେ ବସିଲେ ଚାଷୀ

ରାଜଭବନ ଅଭିମୁଖେ ଯାଉଥିବା କୃଷକ ରାଲିକୁ ପୋଲିସ ନିକୋପାର୍କ ନିକଟରେ ଅଟକ ରଖିଛି । ଫଳରେ ଏହି ରାଲିରେ ଯାଉଥିବା କୃଷକ ମାନେ ରାଜରାସ୍ତା ଉପରେ ବସିରହିଛନ୍ତି । ଯାହାଫଳରେ ଆଚାର୍ଯ୍ୟ ବିହାରରୁ ଭୁବନେଶ୍ୱର ଭିତରକୁ ଚଳାଚଳ କରିବା ବନ୍ଦ ହୋଇଯାଇଛି । ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହାର ଆବାହକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ ସଭାଯାତ୍ରାରେ ଆସି ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା । ଜାନୁଆରୀ ୩୧ ସୁଦ୍ଧା ଯଦି ଚାଷୀଙ୍କ ଦାବି ପୂରଣ ନକରାଯାଏ, ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଛି କୃଷକ ସଂଗଠନ । ସେପଟେ କୃଷକଙ୍କ ସହ ୨ଥର ଆଲେଚନା ହେଲାଣି, ସରକାର ସେମାନଙ୍କ କଥା ଚିନ୍ତା କରୁଛନ୍ତି ବୋଲି କହିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ।

Share

Leave a Reply

Your email address will not be published. Required fields are marked *

eighteen + 15 =