ଅଭିଜିତ ଆୟାର ମିତ୍ରଙ୍କ ସତ୍ୟପାଠରେ କଣ ଅଛି ପଢନ୍ତୁ …

ଭୁବନେଶ୍ବର () ଅଭିଜିତ ଆୟାର ମିତ୍ର ଓଡିଶା ବିଧାନସଭାର ଗୃହ କମିଟି ସମ୍ମୁଖରେ ନିସର୍ତ୍ତ କ୍ଷମା ମାଗିଥିବା ସମସ୍ତେ ଜଣନ୍ତି । ଏପିରିକି ସେ ରାଜ୍ୟ ସରକାରଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ବିଧାନସଭାର ଗୃହ କମିଟି ନିକଟରେ ସତ୍ୟପାଠ ଜରିଆରେ କଣ କହିଛନ୍ତି କେହି ଜାଣିଛନ୍ତି କି । ଆସନ୍ତୁ ଦେଖିବା ସେହି ସତ୍ୟପାଠକୁ । …

ଅଭିଜିତ ଆୟାର ମିତ୍ର, ବୟଷ 41, ପିତା ଅଜୟ କୁମାର ମିତ୍ର । ସେ ଜଣେ ଜାତୀୟ ସୁରକ୍ଷା ଓ ସାମରିକ ଶିଳ୍ପ ବିଶେଷଜ୍ଞ ଭାବେ କାର୍ଯ୍ୟ କରନ୍ତି । ସେ ନିଜର ଏହି ସତ୍ୟପାଠରେ କହିଛନ୍ତି ଯେ, ତାଙ୍କର କୌଣସି କାର୍ଯ୍ୟ ଦ୍ବାରା ଏହି ପବିତ୍ର ଗୃହର ମର୍ଯାଦା କ୍ଷୁର୍ଣ୍ଣ ହୋଇଥିବାରୁ ସେ ନିର୍ସର୍ତ୍ତ ଏବଂ କୌଣସି ସଂରକ୍ଷଣ ବିନା କ୍ଷମା ମାଗୁଛନ୍ତି । ଓଡିଶାବାସୀଙ୍କ ଭାବାବେଗ ଏବଂ ମାନସିକତାକୁ ଆଘାତ ଦେଇଥିବା ଭଳି ତାଙ୍କର କାର୍ଯ୍ୟ ପାଇଁ ମଧ୍ୟ ସେ କୌଣସି ସଂରକ୍ଷଣ ବିନା ଏବଂ ନିର୍ସର୍ତ୍ତ କ୍ଷମା ମାଗିଛନ୍ତି । ତେବେ ସେ ସ୍ପଷ୍ଟ କରିବାକୁ ଚାହିଁଛନ୍ତି ଯେ, ସେ କୌଣସି ଉଦ୍ଦେଶ୍ୟମୂଳକ ଭାବେ କୌଣସି ବ୍ୟକ୍ତି, ବ୍ୟକ୍ତି ବିଶେଷ କିମ୍ବା ଶ୍ରେଣୀ ପ୍ରତି ଅପରାଧ କରିବାକୁ ଚାହିଁନଥିଲେ । ଏଭଳି ଉଦ୍ଦେଶ୍ୟମୂଳକ ନଥିବା କାର୍ଯ୍ୟ ପାଇଁ ସେ ଅନୁତପ୍ତ ବୋଲି କହିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ।

ସେ ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ସେ ଗତ ସେପ୍ଟେମ୍ବର 14ରୁ 16 ତାରିଖ ଓଡିଶା ବୁଲିବାକୁ ଆସିଥିଲେ । ସେ ସମୟରେ ସେ ରାଜ୍ୟର ସମ୍ବୃଦ୍ଧ ସାଂସ୍କୃତର ସୁଗନ୍ଧ ପାଇଥିଲେ । ବଳିଷ୍ଠ ପ୍ରତ୍ନତାତ୍ବିକ କଳାକୃତି ସହ ଅତୁଳନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବନ୍ଧୁବତ୍ସଳ ରାଜ୍ୟବାସୀଙ୍କୁ ପ୍ରଶଂସା ନକରି ରହିପାରୁନାହାଁନ୍ତି ।

ଏହି ଗସ୍ତ ସମୟରେ ତାଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ହେଲିକ୍ୟାପ୍ଟରରେ ତାଙ୍କୁ ପୁରୀ, କୋଣାର୍କ ଓ ଚିଲିକା ବୁଲିବାକୁ ଆମନ୍ତ୍ରଣ କରିଥିଲେ । ବୈଜୟନ୍ତ ତାଙ୍କ ବନ୍ଧୁ ଆରତି ଟିକୋ ସିଂହଙ୍କ ବନ୍ଧୁ । ଟକୋଙ୍କ ସହ ବନ୍ଧୁତା ଯୋଗୁଁ ବୈଜୟନ୍ତ ତାଙ୍କୁ ମଧ୍ୟ ହେଲିକ୍ୟାପ୍ଟରରେ ବୁଲିବାକୁ ଆମନ୍ତ୍ରଣ କରିଥିଲେ । ସେମାନେ ପବିତ୍ର ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ଏବଂ ଚିଲିକା ହ୍ରଦ ଚାରିପଟେ ଉଡିଥିଲେ । କିନ୍ତୁ କୌଣସି ସ୍ଥାନରେ ସେମାନେ ଅବତରଣ କରିନଥିଲେ କିମ୍ବା ଅଳ୍ପ ଉଚ୍ଚତାରେ ଉଡିନଥିଲେ କିମ୍ବା ସିଧାସଳଖ ମନ୍ଦିର ଉପରେ ମଧ୍ୟ ଉଡିନଥିଲେ । ସେପ୍ଟେମ୍ବର 15 ତାରିଖରେ ସେମାନେ ଏହି ଉଡାଣ କରିଥିଲେ । ଏହି ତିନୋଟି ସ୍ଥାନ ବୁଲିବା ପରେ ସେମାନେ କେନ୍ଦ୍ରାପଡାରେ ଲ୍ୟାଣ୍ଡ କରିଥିଲେ । କେନ୍ଦ୍ରାପଡାରୁ ଆରତି ଓ ଅଭିଜିତ ଏକ ଭଡା ଗାଡିରେ ଲଳିତଗିରି ଆସିଥିଲେ ଏବଂ ସେଠାରୁ ଭୁବନେଶ୍ବର ଫେରିଆସିଥିଲେ । ବୈଜୟନ୍ତ କେନ୍ଦ୍ରାପଡାରେ ରହିଗଲେ ।

ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ କୁଶପତ୍ତଳିକା ଦାହ କରାଯାଉଛି । ତେଣୁ ସେ ଭୟଭିତ ହୋଇପଡିଥିଲେ । ଭୟରେ ଓଡିଶାର ଏକ ଟିଭି ଚ୍ୟାନେଲକୁ ସେ ରାଜ୍ୟର ବିଧାୟକଙ୍କ ପ୍ରତି ଅଶାଳିନ ମନ୍ତବ୍ୟ ଦେଇଥିଲେ । ତାହା ଉଦ୍ଦେଶ୍ୟମୂଳକ ନଥିଲା । ସେଥିପାଇଁ ମଧ୍ୟ ସେ ନିସର୍ତ୍ତ କ୍ଷମା ମାଗିଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ଏହି ଗୃହ ଜରିଆରେ ସେ ରାଜ୍ୟବାସୀଙ୍କ ନିକଟରେ ଦୁଖ ପ୍ରକାଶ କରିବା ସହ ପୁଣି ଥରେ କ୍ଷମା ମାଗିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 + three =