ବାୟୁସେନାରେ ସାମିଲ ହେଲା ଫାଇଟର୍ ଜେଟ୍ ରାଫେଲ

ନୂଆଦିଲ୍ଲୀ () ଫାଇଟର୍ ଜେଟ୍ ରାଫେଲ ଆଜି ଔପଚାରିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହେଲା। ଅମ୍ବାଲା ଏୟାରଫୋର୍ସରେ ଭବ୍ୟ ସମାରୋହ ଆୟୋଜନ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଫ୍ରାନ୍ସର ରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲିଙ୍କ ଉପସ୍ଥିତିରେ ପାଞ୍ଚଟି ଲଢ଼ୁଆ ବିମାନ ଆଜିଠୁ ବାୟୁସେନାର ଶକ୍ତି ବୃଦ୍ଧି କରିବ। ଏହା ଭାରତୀୟ ବାୟୁସେନାର ସବୁଠୁ ଉନ୍ନତମାନର ଫାଇଟର ଜେଟ୍। ଯେକୌଣସି ପୋଷ୍ଟରେ ଏହା ନିଯୁକ୍ତ ହେବାକୁ ପ୍ରସ୍ତୁତ। ଏହା ଇଣ୍ଡିଆନ ଏୟାରଫୋର୍ସର ଟପଗନ୍ ହେବ। ରାଫେଲ ଲଢ଼ୁଆ ବିମାନ ଯୋଗୁ ପାକିସ୍ତାନ ଓ ଚୀନର ଅବସ୍ଥା ଖରାପ ହେବ।

ଏହା ଦୁଇ ଇଞ୍ଜିନବିଶିଷ୍ଟ ବିମାନ ଯାହାର ଆବଶ୍ୟକତା ଭାରତୀୟ ବାୟୁସେନାକୁ ଆବଶ୍ୟକତା ଥିଲା। ରାଫେଲରେ ତିନି ପ୍ରକାର କ୍ଷେପଣାସ୍ତ୍ର ଲାଗିପାରିବ। ରାଫେଲ ଲଢ଼ୁଆ ବିମାନ ଷ୍ଟାର୍ଟ ହେବା ମାତ୍ରେ ଉଚ୍ଚକୁ ଯିବାରେ ଅନ୍ୟ ବିମାନଠାରୁ ଖୁବ୍ ଆଗରେ ରହିଛି। ଏହାର ରେଟ୍ ଅଫ୍ କ୍ଳାଇମିଂ ରହିଛି ସେକେଣ୍ଡ ପ୍ରତି ୩୦୦ ମିଟର। ଯାହା ଦ୍ବାରା ଏହା ଚୀନ ପାକିସ୍ତାନକୁ ମଧ୍ୟ ମାତ୍ ଦେବ। ଏହାର ଅର୍ଥ ରାଫେଲ ଗୋଟିଏ ମିନିଟ୍​‌ରେ ୧୮ ହଜାର ମିଟର ଉଚ୍ଚକୁ ଯାଇପାରେ। ଲଦାଖ ସୀମା ଦୃଷ୍ଟିରୁ ଏହି ରାଫେଲ ପୂରା ଉପଯୁକ୍ତ। ତେବେ ରାଫେଲ ହେଉଛି ଓମନି ରୋଲ ଲଢ଼ୁଆ ବିମାନ। ଏହା ପାହାଡ଼ ଉପରେ କମ୍ ସ୍ଥାନରେ ଓହ୍ଲାଇପାରେ।

ଭାରତୀୟ ବାୟୁସେନାକୁ ଏବେ ସୁଦ୍ଧା ୫ ରାଫେଲ ଲଢ଼ୁଆ ବିମାନ ମିଳିଛି। ତେବେ ୨୦୨୨ ସୁଦ୍ଧା ଏହାର ସଂଖ୍ୟା ୩୬ ହୋଇପାରେ। ଏହାକୁ ଭିନ୍ନ ଭିନ୍ନ ଏୟାରବେସରେ ମୁତୟନ କରାଯାଇପାରେ। ଏବେ ଏହା ଅମ୍ବାଲା ଏୟାରବେସ୍‌ରେ ମୁତୟନ ରହିଛି ଯାହା ଚୀନ ଓ ପାକିସ୍ତାନ ସୀମା ନିକଟସ୍ଥ

Share

Leave a Reply

Your email address will not be published. Required fields are marked *

four × one =