4 ତାରିଖ ପର୍ଯ୍ୟନ୍ତ ସ୍ଥଳଭାଗ ଛୁଇଁବନି ‘ଫନି’

ଭୁବନେଶ୍ବର () ବାତ୍ୟା ‘ଫନି’ ମୋଡ ବଦଳାଇଛି ଏବଂ ଧିରେ ଧିରେ ଏହା ଜଳଭାଗରେ ନିଜର ଶକ୍ତି ବୃଦ୍ଧି କରୁଛି । ଗତି ପରିବର୍ତ୍ତନ ପରେ ଏହା ଧିରେ ଧିରେ ଉପକୂଳ ଆଡେ ମୁହାଁଇଥିଲେ ବି ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଏହା ଓଡିଶା କିମ୍ବା ତଟବର୍ତ୍ତି ଅନ୍ୟ କୌଣସି ରାଜ୍ୟର ସ୍ଥଳଭାଗକୁ ଛୁଇଁବ ନାହିଁ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବଭାଗ । ବର୍ତ୍ତମାନ ପର୍ଯ୍ୟନ୍ତ ମିଳୁଥିବା ଗତିପଥର ପୂର୍ବାନୁମାନ ଅନୁଯାୟୀ ଏହା ଶ୍ରୀଲଙ୍କା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପକୂଳରେ ଜଳଭାଗ ଦେଇ ଅତିକ୍ରମ କରିବ । ତେବେ ଏହାର ପ୍ରଭାବରେ ମେ ୨ ତାରିଖରୁ ଉପକୂଳ ଓଡ଼ିଶାରେ ୫୦ ରୁ ୬୦ କିମି ବେଗରେ ପବନ ବହିପାରେ। ମେ ୪ ତାରିଖରୁ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଇଏମଡି ଓ ୟୁଏସ ନାଭିର ପୂର୍ବାନୁମାନ ସୂଚନା ଆଧାରରେ ସମ୍ଭାବ୍ୟ ବାତ୍ୟା ଫନି ଉପକୂଳ ଦେଇ ଗତିକରିବ ବୋଲି ସୂଚନା ରହିଛି। ଏଭିତରେ ଫନି ଧିରେ ଧିରେ ଶକ୍ତିଶାଳୀ ହେଉଥିବାରୁ ଏହାର ନାଭି ସ୍ପଷ୍ଟ ଦୃଶ୍ୟମାନ ହେଲାନି ।

ଜାତୀୟ ପାଣିପାଗ ବିଭାଗ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ପୂର୍ବାନୁମାନ କରିଛି । ମେ ୧ରୁ ଗତିପଥ ପରିବର୍ତ୍ତନ କରିପାରେ ଫନି। ବାତ୍ୟାର ପ୍ରଭାବରେ ୨ତାରିଖ ସକାଳୁ ଉପକୂଳ ଓଡିଶାରେ ୫୦ ରୁ ୬୦ କିମି ବେଗରେ ପବନ ବହିବ। ୪ ତାରିଖରେ ବର୍ଷାର ପ୍ରକୋପ ବଢିବାର ସମ୍ଭାବନା ଅଛି। ତେବେ ଏହାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ରାଜ୍ୟରେ ୮୮୦ ଟି ସାଇକ୍ଲୋନ ଶେଡ଼ ,୨୦ ଟି ଓଡ୍ରାଫ ଟିମ,୧୨ ଟି ଇଉନିଟ ଏନଡିଆରଏଫ, ୩୦୦ରୁ ଉର୍ଧ୍ବ ଅଗ୍ନିଶମ ୟୁନିଟ ସଜାଗ ଅଛନ୍ତି। ଉପକୂଳ ଜିଲ୍ଲାର ସମସ୍ତ ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି।

ବାତ୍ୟାର ପ୍ରଭାବ ୪ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ୧୨୨ ଟି ଟାୱାର ମାଧ୍ୟମର ଅଗ୍ରୀମ ସତର୍କ ସୂଚନା ଦିଆଯାଉଛି। ବିଏସଏନଏଲ ଉପଭୋକ୍ତା ଙ୍କୁ ଏସଏମ୍ଏସ ଜରିଆରେ ସୂଚନା ଦିଆଯିବାର ବ୍ୟବସ୍ତା କରାଯାଇଛି। ଏ ସମୟରେ ବାତ୍ୟା ଆସିବା ଏକ ବିଲକ୍ଷଣ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠି କହିଛନ୍ତି।

ଏଥିସହିତ କେନ୍ଦ୍ର କ୍ୟାବିନେଟ ସଚିବ ସବୁ ପ୍ରଭାବିତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ ଭିଡିଓ କନଫେରେନସିଂ ଜରିଆରେ ପ୍ରାକ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three + 15 =