ସେପ୍ଟେମ୍ବରରେ କରୋନା ସଫା

ଭୁବନେଶ୍ୱର()  କରୋନା ସ୍ଥିତି ନେଇ ଏକ ଉତ୍ସାହଜନକ ସୂଚନା ମିଳିଛି । ତାହା ହେଲା  ଓଡ଼ିଶାରେ ଆସନ୍ତା ସେପ୍ଟେମ୍ବରେ କରୋନା ମୂଳପୋଛ ହୋଇଯିବ ।  ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡ଼ା  ।

ସେ କହିଛନ୍ତି ଯେ, ଗଞ୍ଜାମରେ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି ।  ଅନେକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି । କିଛି ଜାଗାରେ ନିୟନ୍ତ୍ରଣ ହୋଇଗଲାଣି ।  କିଛି ଜିଲ୍ଲାରେ ଏବେ କେସ ବଢୁଛି । ତେବେ ପରେ ଖସିବ ବୋଲି       ଆଇଏଲଏସ ନିଦେ୍ର୍ଧଶକ  ଆଶାବ୍ୟକ୍ତ କରିଛନ୍ତି ।  ତେବେ ଅଗଷ୍ଟରେ ପିକ ହୋଇ ତା ପରେ ଖସିବ ।  ସେପ୍ଟେମ୍ବରରେ କରୋନା ସଫା ହୋଇଯିବ ସେ ଆଶାବାଦୀ ଥିବା କହିଛନ୍ତି ।  ଅନ୍ୟପକ୍ଷରେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ଭୟ କରିବାର କିଛି ନାହିଁ ବୋଲି ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡ଼ା କହିଛନ୍ତି । 

Share

Leave a Reply

Your email address will not be published. Required fields are marked *

one × two =