ଇଭିଏମରେ ତ୍ରୁଟି ଯୋଗୁ ୪ ବୁଥରେ ହେବ ସାନି ମତଦାନ

ଦ୍ୱିତୀୟ ପର୍ୟ୍ୟାୟରେ ଆଜି ସୁନ୍ଦରଗଡରେ ଭୋଟଗ୍ରହଣ ଚାଲିଥିବା ବେଳେ ରଙ୍ଗାଢିପାର ୨୧୩ ନମ୍ବର ବୁଥରେ ପ୍ରଥମେ ଇଭିଏମ ଅଚଳ ହେବା ନେଇ ଖବର ସାମ୍ନାକୁ ଆସିଥିଲା । ଭୋଟର ମାନେ ଲମ୍ବା ଲାଇନରେ ଛିଡା ହୋଇ ରହିଥିଲେ ମଧ୍ୟ ଠିକ୍ ହୋଇପାରିନଥିଲା ଇଭିଏମ । ଫଳରେ ମତଦାନ ନ କରି ଫେରି ଯାଇଥିଲେ ଭୋଟର । ଏହାର କିଛି ସମୟ ପରେ ଇଭିଏମକୁ ସଜଡାଯିବା ପରେ ପୁଣିଥରେ ଭୋଟିଂ ଆରମ୍ଭ ହୋଇଥିଲା । ପ୍ରାୟ ୨ ଘଣ୍ଟା ପରେ ପୁଣିଥରେ ମତଦାନ ଆରମ୍ଭ ହୋଇଥିବା ବେଳେ ଇଭିଏମରେ ପୁଣିଥରେ ତ୍ରୁଟି ଦେଖା ଦେଇଥିଲା ।

ତେଣୁ ରିଟର୍ଣ୍ଣିଂ ଅଫିସର ଏଠାରେ ନିର୍ବାଚନ ବାତିଲ କରିବାକୁ ନିଷ୍ପତି ନେଇଥିଲେ । ଏହି ବୁଥରେ ପୁଣିଥରେ ରି ପୋଲିଂ କରିବାକୁ ନିର୍ବାଚନ କମିଶନଙ୍କୁ ରିଟର୍ଣ୍ଣିଂ ଅଫିସର ଚିଠି ଲେଖିଥିବା ଜଣାପଡିଛି ।

ଏହାଛଡା ଯେଉଁ ବୁଥରୁ ଏଭଳି ଅଭିଯୋଗ ଆସିଛି ସେହି ବୁଥ ଗୁଡିକରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି ନିର୍ବଚନ କମିସନ । ଏହା ସହ ବଣାଇର ୧୨୯ର ବୁଥ୍ ନମ୍ବର, ସୁନ୍ଦରଗଡର ୨୧୩ ନମ୍ବର ବୁଥ, ଦଶପଲ୍ଲାର ୨୧୦ ନମ୍ବର ବୁଥ୍, ଦଶପଲ୍ଲାର ୨୨୨ ନମ୍ବର ବୁଥରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।

Share

Leave a Reply

Your email address will not be published. Required fields are marked *

11 − eleven =