ବିଜେପି ନେତାଙ୍କ ଗାଡିରୁ ଟଙ୍କା ଜବତ

ଢେଙ୍କାନାଳ ହିନ୍ଦୋଳ ଆସନରୁ ବିଜେପି ପ୍ରାର୍ଥୀ ଅଶୋକ ନାୟକଙ୍କ ପ୍ରଚାର ଗାଡିରୁ ୪ ଲକ୍ଷ ଟଙ୍କା ଜବତ କରିଛି ସ୍ପେଶାଲ ଫ୍ଲାଇଂ ସ୍କ୍ୱାର୍ଡ । ଢେଙ୍କାନାଳ ସେଣ୍ଟ୍ରାଲ ସ୍କୁଲ ନିକଟରୁ ବିଧାୟକଙ୍କ ପ୍ରଚାର ଗାଡିରୁ ଏହି ଟଙ୍କା ଜବତ କରାଯାଇଛି । ତେବେ ଏହାକୁ ନେଇ ବିଜେପି ପ୍ରାର୍ଥୀ ଅଶୋକ କହିଛନ୍ତି, ବ୍ୟାଙ୍କରୁ ଏହି ଟଙ୍କା ଉଠାଇ ଅଣା ଯାଉଥିଲା । ସ୍ପେଶାଲ ସ୍କ୍ୱାର୍ଡ ଅଧିକାରୀ ମାନଙ୍କ ଯାଞ୍ଚ ସମୟରେ ଏହି ଟଙ୍କାକୁ ଜବତ କରାଯାଇଥିବା ସୂଚନା ମିଳିଛି ।
ଏଥିପାଇଁ ସ୍ପେଶାଲ ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚକୁ ଜୋରଦାର କରାଯାଉଛି । ନିର୍ବାଚନକୁ ମୁକ୍ତ ଓ ଅବାଧ ରୂପେ କରିବାକୁ ଏଭଳି ଯାଞ୍ଚ ଆରମ୍ଭ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

5 + seven =