ଜିଓ ସିନେମାରେ ଜଙ୍ଗଲ ବୁକ, ଲାୟନ କିଙ୍ଗ ଓ ସିଣ୍ଡ୍ରେଲା

ଭୁବନେଶ୍ଵର (): ରିଲାଏନ୍ସ ଜିଓ ର ଡିଜିଟାଲ ଆପ ଜିଓ-ସିନେମା ଏବଂ ଡିସନୀ ଇଣ୍ଡିଆ ଏବେ ମିଳିତ ଭାବରେ ସବୁ ବୟସର ଲୋକମାନଙ୍କ ପାଇଁ  ଡିସନୀ, ପିକସର, ମର୍ଭେଲ ଓ ଲୁକାଶ ଫିଲ୍ମ ଭଳି ଲୋକପ୍ରିୟ କାହାଣୀ ଓ ଚରିତ୍ର ସବୁକୁ ଜିଓ ଉପଭୋକ୍ତାମାନଙ୍କୁ ପ୍ରଦାନ କରିବେ | ପ୍ରଥମଥର ପାଇଁ ଜିଓ-ସିନେମା ଆପର ହୋମ ପୃଷ୍ଠାରେ ଏକ ସ୍ବତନ୍ତ୍ର ଡିସନୀ ସେକ୍ସନ ରହିବ ଯେଉଁଥିରେ ସିନେମା, ଆନିମେସନ, ଧାରାବାହିକ ଏବଂ ସର୍ଟସ ବା କ୍ଷୁଦ୍ର ସିନେମା ଭଳି ବ୍ୟାପକ ବର୍ଗରେ ମନୋରଞ୍ଜନ କଣ୍ଟେଣ୍ଟ ଉପଲବ୍ଧ ହେବ |

ଏହି ସହଭାଗିତା ଫଳରେ ଜିଓ ଉପଭୋକ୍ତାମାନେ ଏବେ ଡିସନୀର କ୍ଲାସିକ ଗୁଡିକଠାରୁ ଆରମ୍ଭ କରି ପିକସର ଆନିମେସନ, ମରବେଲର ସିନେମା ଏବଂ ଷ୍ଟାର ୱାରସ  ଭଳି କାହାଣୀ ସମେତ ଅନ୍ତର୍ଜାତୀୟ ଓ ସ୍ଥାନୀୟ ଭାବେ ନିର୍ମିତ ଅନେକ ମନୋରଞ୍ଜନଧର୍ମୀ କଣ୍ଟେଣ୍ଟ ଏକାସାଙ୍ଗରେ ଉପଭୋଗ କରିପାରିବେ | ସମ୍ପୂର୍ଣ୍ଣ ପରିବାର ପାଇଁ  ସବୁ ପ୍ରକାରର କଣ୍ଟେଣ୍ଟ ଉପଲବ୍ଧ ହେଉଥିବା ଏହି ଆପରେ ପିଲା ଏବଂ କିଶୋରମାନଙ୍କ ପାଇଁ ବିବିଧ ଧାରାବାହିକ ଓ ସିନେମା ସହିତ ‘ମରବେଲ କିଡ଼ସ ଆନିମେସନ ସୋ’ ର ବିଭିନ୍ନ ଅଧ୍ୟାୟ ରହିଛି |

ଏଥିସହିତ  ଦର୍ଶକମାନେ ଡିସନୀ, ମରବେଲ, ପିକସର କିମ୍ବା ଷ୍ଟାରୱାରସର ଲୋକପ୍ରିୟ ଚରିତ୍ର ମିକି ମାଉସ, କ୍ୟାପଟେନ ଆମେରିକା ଓ ମ୍ୟାକକ୍ୱିନ ଭଳି ନିଜ ପସନ୍ଦର ଯେକୌଣସି ଚରିତ୍ର ଆଧାରିତ ସମସ୍ତ ସିନେମା ଓ କଣ୍ଟେଣ୍ଟ ଏକାଠି କରି ଦେଖିପାରିବେ |

ଜିଓ ସିନେମାରେ ଏବେ ଉପଲବ୍ଧ ହେଉଥିବା ଡିସନୀର ଲୋକପ୍ରିୟ କାହାଣୀଗୁଡ଼ିକ ମଧ୍ୟରେ ଅଛି ଜଙ୍ଗଲ ବୁକ, ଦି ଲାୟନ କିଙ୍ଗ ଏବଂ ସିଣ୍ଡ୍ରେଲା, ସ୍ନୋ ହ୍ବାଇଟ ଓ ସେଭେନ ଡୁଆରଫ, ସ୍ଲିପିଙ୍ଗ ବିଉଟି ଇତ୍ୟାଦି | ଆନ୍ତର୍ଜାତୀୟ କଣ୍ଟେଣ୍ଟ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଏଥିରେ ରହିଛି ହାନା ମୋନଟନା, ଡ଼ିସେଣ୍ଡଣ୍ଟସ ଭଳି ଲୋକପ୍ରିୟ ଅରିଜିନାଲ ସିନେମା ଏବଂ ଅନେକ କିଛି | ସେହିଭଳି ଷ୍ଟାର ୱାର ୟୂନିଭର୍ସର ଶ୍ରେଷ୍ଠ ସିନେମା ସମୂହ, ଆଇରନ ମ୍ୟାନ, ଥର, କ୍ୟାପଟେନ ଆମେରିକା – ଦି ଫାଷ୍ଟ ଅଭେଞ୍ଜର ଆଦି ସୁପର ହିରୋ ମାନକ କାହାଣୀର ସିନେମା ଓ ଆନିମେସନ ଧାରାବାହିକ ଏଥିରେ ଉପଲବ୍ଧ ହେଉଛି | ବିଗତ ନବେ ବର୍ଷ ମଧ୍ୟରେ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୫୦ରୁ ଉର୍ଧ୍ଵ ସିନେମା ଜିଓ-ସିନେମାରେ ଉପଲବ୍ଧ |

Share

Leave a Reply

Your email address will not be published. Required fields are marked *

fourteen + thirteen =