ବନ୍ଧାହେଲେ ନକଲି ଶିକ୍ଷକ

ଅନୁଗୁଳ: ଆଜି ହେଉଛି ପବିତ୍ର ଗୁରୁ ଦିବସ । ଗୁରୁଙ୍କ ଲାଗି ଦିନଟିଏ । ଗୁରୁ ଯିଏ ଆମକୁ ଅନ୍ଧକାରରୁ ଆଲୋକ ଦେଖାଇଥାନ୍ତି ସେ ହେଉଛନ୍ତି ଗୁରୁ । ତେବେ ଏଭଳି ଏକ ପବିତ୍ର ଦିନରେ ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି । ନକଲି ସାର୍ଟିଫିକେଟ ଦେଇ ୧୦ ବର୍ଷ ହେବ ଚାକିରୀ କରି ଆସୁଥିଲେ । ତେବେ ଖବର ପାିବା ପରେ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଗିରଫ ଶିକ୍ଷକ ହେଲେ ଅନୁଗୁଳ ଜିଲ୍ଲା ନୀଳକଣ୍ଠପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ସୁମନ୍ତ କୁମାର ପ୍ରଧାନ ।

ବିଭାଗର ଆଦେଶ ଅନୁସାରେ, ଆଠମଲ୍ଲିକ ପ୍ରାଥମିକ ଶିକ୍ଷା ବିଭାଗରେ କାର୍ୟ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଗତ ଜାନୁଆରୀରେ ଯାଞ୍ଚ କରାଯାଇଥିଲା । ଏଥିରେ ସୁମନ୍ତ କୁମାର ଦାଖଲ କରିଥିବା ବିଇଡି ପ୍ରମାଣପତ୍ର ଜାଲ ବୋଲି ଜଣାପଡିଥିଲା । ଏହା ପରେ ତାଙ୍କୁ ଗିରଫ କରିଛି ଆଠମଲ୍ଲିକ ପୋଲିସ । ସମୁଦାୟ ୭୦୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ମାତ୍ର ୫୪୩ ଜଣ ଯୋଗ୍ୟତା ପ୍ରମାଣ ପତ୍ର ଯାଞ୍ଚ କରାଇଥିଲେ । ତେବେ ଅନୁପସ୍ଥିତ ରହିଥିବା ଶିକ୍ଷକ ଶିକ୍ଷୟତ୍ରୀ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

Share

Leave a Reply

Your email address will not be published. Required fields are marked *

twelve − nine =