ସୋନା ମହାପାତ୍ରଙ୍କୁ ଧମକ

ମୁମ୍ବାଇ()   ଗାୟିକା ସୋନା ମହାପାତ୍ରଙ୍କୁ ଧମକ । ସଲ୍ମାନ୍ଙ୍କ ଫ୍ୟାନ୍ ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି। ସୋନାଙ୍କୁ ମିଳିଥିବା ଧମକ ଭରା ମେଲ୍ରେ ଲେଖାଯାଇଛି ଯେ, ଯଦି ତୁମେ ଆଉ ଥରେ ଖରାପ ମୁହଁରେ ସଲ୍ମାନଙ୍କୁ କିଛି ବି କହିଥିବ ତାହାଲେ ଘରେ ପଶି ତୁମର ହତ୍ୟା କରିବୁ। ଏହା ମୋର ଶେଷ ଚେତାବନୀ।

କିଛି ଦିନ ପୂର୍ବରୁ ସୋନା ସଲ୍ମାନ୍ଙ୍କୁ ବିଷାକ୍ତ ପୁରୁଷ କହି ଚର୍ଚ୍ଚାକୁ ଆସିଥିଲେ। ସଲମାନ୍ ଖାନଙ୍କ ସିନେମା “ଭାରତ୍”କୁ ଅଭିନେତ୍ରୀ ପ୍ରିୟଙ୍କା ନିଜ ବାହାଘର ପାଇଁ ଅଧାରୁ ଛାଡିଥିବା କଥା ସଲମାନଙ୍କୁ ପସନ୍ଦ ଆସିଲା ନାହିଁ। ତେଣୁ ସେବେଠୁ ସଲ୍ମାନ୍ ପ୍ରିୟଙ୍କାଙ୍କୁ ନେଇ ନକରାତ୍ମକ ଟିପ୍ପଣୀ ଦେଇ ଟାର୍ଗେଟ୍ କରିଆସିଛନ୍ତି। ଏ କଥା ସୋନାଙ୍କୁ ପସନ୍ଦ ନ ଆସିବାରୁ ସୋନା ସୋଶାଲ୍ ମିଡିଆରେ ସଲମାନ୍ଙ୍କୁ ଟାର୍ଗେଟ କରିଥିଲେ।

Share

Leave a Reply

Your email address will not be published. Required fields are marked *

3 × five =