ପୁଣି ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶି ତାରିଖ

ନୂଆଦିଲ୍ଲୀ()  ପୁଣି ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶି ତାରିଖ ।ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେଥ୍ ୱାରେଣ୍ଟରେ ରୋକ୍ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ ।ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲିବେନି ନିର୍ଭୟା ଗଣଦୁଷ୍କର୍ମକାରୀ ।

ନିର୍ଭୟା ପକ୍ଷରୁ ଲଢୁଥିବା ଓକିଲ ଯୁକ୍ତି ବାଢିଛନ୍ତି, ସମାନ ମାମଲାରେ ୪ ଜଣ ଦୋଷୀ ହୋଇଛନ୍ତି । ତେଣୁ ସେମାନଙ୍କୁ ଅଲଗା ଅଲଗା ଭାବେ ଫାଶୀ ଦିଆଯିବା ଉଚିତ ନୁହେଁ । ନିୟମ ଅନୁଯାୟୀ ଗୋଟିଏ ମାମଲାର ଦୋଷୀଙ୍କୁ ଏକାଥରକେ ଦଣ୍ଡ ଦିଆଯିବ ।

ଦୋଷୀ ବିନୟକୁ ନେଇ ଜେଲ ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦୋଷୀ ବିନୟ ଗତ ବୁଧବାର ରାଜକ୍ଷମା ଆବେଦନ କରିଥିଲା । କୋର୍ଟରେ ଶୁଣାଣୀ ସମୟରେ ତିହାର ଜେଲ ତରଫରୁ କୁହାଯାଇଥିଲା କି ବିନୟ ରାଜକ୍ଷମା ପାଇଁ ଆବେଦନ କରିଛି । ଯାହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଦିଆଯାଇଛି ।

ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମର ଚାରି ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେବା ପାଇଁ ପଟିଆଲା ହାଉସ କୋର୍ଟ ଦୁଇ ଦୁଇ ଥର ଡେଥ ୱାରେଂଟ ଜାରି କରିସାରିଛି । ତେବେ ପ୍ରଥମ ଡେଥ ୱାରେଂଟ ଜାନୁୟାରୀ ୨୨ ତାରିଖ ସକାଳ ୭ଟାରେ ଧାର୍ୟ୍ୟ କରାଯାଇଥିବା ବେଳେ ଆସନ୍ତାକାଲି ତଥା ଫେବୃୟାରୀ ୧ତାରିଖ ଭୋର ୬ଟାରେ ୪ ଅଭିଯୁକ୍ତଙ୍କୁ ଫାଶୀ ଖୁଂଟରେ ଝୁଲାଇବାକୁ ନିଷ୍ପତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

eleven + eleven =