ଗ୍ରାହକ ହୋଇ ପସିଲା ଓ ଦେହ ବ୍ୟବସାୟ ଚାଲୁଥିବା OYO ହୋଟେଲରେ ରେଡ଼୍

ଭୁବନେଶ୍ୱର: ଦେହ ବେପାରର ନୂଆ ତରିକା । ଓୟୋ ହୋଟେଲରେ ଚାଲିଥିଲା ଦେହ ବେପାର । ଗ୍ରାହାକ ଅସନ୍ତୁଷ୍ଟ ହେବାପରେ ଥାନାରେ କରିଥିଲେ ଅଭିଯୋଗ । ପୋଲିସ ଖବର ପାଇବା ପରେ ସିଲ୍ କରିଛି ହୋଟେଲ । ରାଜଧାନୀ ଭୁବନେଶ୍ୱରର ଭରତପୁର ସ୍ଥିତ ଓୟୋ ରୁମରେ ସେକ୍ସ ରାକେଟ ଠାବ ହୋଇଛି। ପୁଲିସ ଦ୍ୱାରା ୮ ବଙ୍ଗୀୟ ଯୁବତୀ ଉଦ୍ଧାର ହୋଇଛନ୍ତି। ୨ ପୁରୁଷ ଅଟକ ଅଛନ୍ତି। ୨ ପୁରୁଷଙ୍କ ମଧ୍ୟରେ ଓୟୋ ମାଲିକ ଥିବା ସୂଚନା ମିଳିଛି। ପୁଲିସ ଏନେଇ ପଚରାଉଚରା କରୁଛି। କିଛି ଦିନ ପୂର୍ବେ ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ୨ଟି ବାର୍- ପେଣ୍ଟାଗନ୍ ଓ ନଶାକୁ ସିଲ୍ କରିଥିଲା ପୁଲିସ। ଏହି ଦୁଇଟି ବାର୍କୁ ସିଲ୍ କରିଛି ବିଡିଏ । ସପ୍ତାହାନ୍ତ ଶଟ୍ଡାଉନ୍ ବେଳେ ନଶା ବାର୍ରେ ମଦ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା। ତେଣୁ ଏହାକୁ ସିଲ୍ କରାଯାଇଛି। ସେହିପରି ଶଟ୍ଡାଉନ୍ରେ ବେଳେ ପେଣ୍ଟାଗନ୍ ବାରରେ ଜୁଆ ଖେଳ ହେଉଥିଲା। ଏଠାରୁ ୩ ଜଣ ଯୁବତୀଙ୍କ ସମେତ ୧୩ ଜଣଙ୍କୁ ଧରିଥିଲା କମିଶନରେଟ୍ ପୁଲିସ୍। ସେମାନଙ୍କ ଠାରୁ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ କରାଯାଇଥିଲା।

ଦଲାଲ୍ ସନ୍ତୋଷ ଓ ପ୍ରମୋଦ ପୂଜା ବଜାରକୁ ଲକ୍ଷ୍ୟ କରି ପଶ୍ଚମବଙ୍ଗରୁ ୪୫ ଜଣଙ୍କ ଯୁବତୀଙ୍କୁ ଆଣି ସହର ବିଭିନ୍ନ ଅଞ୍ଚଳରେ ରଖି ଦେହ ବେପାର କରୁଥିଲେ । ପ୍ରତି ଯୁବତୀଙ୍କୁ ରଖିବା ଖାଇବାକୁ ଛାଡ଼ି ମାସକୁ ୨୦ ହଜାର ଟଙ୍କା ଦେବା କଥା ଛିଡିଥିଲା । ଏମାନଙ୍କ ଡିଲ୍ ହୋଇଥିଲା ଦୁର୍ଗା ପୂଜା ପର୍ୟ୍ୟନ୍ତ ରହିବା ପାଇଁ । ତେବେ ଏ ବିଷୟରେ କାହା ପାଖରେ ଖବର ନଥିଲା । କଳିଙ୍ଗନଗର ଫେଜ୍-୨ରେ ଥିବା ଏକ ୩ ମହଲା ଘରେ ଏମାନେ ଚଳାଇ ଥିଲେ ବେପାର । ସବୁ ଦିନ ଗ୍ରାହକଙ୍କ ଭିଡ଼ ଲାଗି ରହୁଥିଲା । ତେବେ ଓୟୋ ହୋଟେଲ୍ ଥିବାରୁ ସ୍ଥାନୀୟ ଲୋକ କିଛି ଟେର ପାଉନଥିଲେ । ଏମାନେ ପ୍ରତି ଗ୍ରାହକ ପିଛା ଘଣ୍ଟାକୁ ୩ରୁ ୪ ହଜାର ଟଙ୍କା ଲେଖାଏଁ ନେଉଥିଲେ । ସାରା ରାତି ପାଇଁ ୧୦ ହଜାର ଟଙ୍କା ଦରଦାମ ରହିଥିଲା । ଦୁଇ ଦିନ ତଳେ ଜଣେ ଗ୍ରାହକ ଠାରୁ ଦଳାଲ ସନ୍ତୋଷ ଅଧିକ ଟଙ୍କା ନେବାରୁ ସେ ସେଠାରୁ ଆସି ପୁଲିସ୍କୁ ଖବର ଦେଇଥିଲେ । ଭତରପୁର ଥାନା ଆଇଆଇସି ଘଟଣାର ବିଷୟରେ ଜାଣିବା ପାଇଁ ନିଜେ ଗ୍ରାହକ ହୋଇ ସେଠାକୁ ଯାଇଥିଲେ । ସେଠାରେ ଦେହ ବେପାର ଚାଲିଥିବା ଜାଣିବା ପରେ ଚଢ଼ଉ କରିଥିଲେ । ଏହି ସମୟରେ ୩ ଜଣ ଗ୍ରାହକ ବିବସ୍ତ୍ର ହୋଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୁଲିସ୍ ଉକ୍ତ ହୋଟେଲ୍ରେ ତାଲା ପକାଇଛି । ତେବେ ଆଜି ଓୟୋ ହୋଟେଲକୁ କମିଶନରେଟ୍ ପୋଲିସ ସିଲ୍ କରିଛି।

Share

Leave a Reply

Your email address will not be published. Required fields are marked *

18 + fifteen =