ଭାରତରେ ପ୍ରଥମ କରୋନା ଭାଇରସ୍ ଚିହ୍ନଟ

ଭୁବନେଶ୍ୱର() ଭାରତ ମୁହାଁ କରୋନା ଭାଇରସ୍ । ଚୀନରେ ବ୍ୟାପିଥିବା କରୋନା ଭାଇରସ୍ ଏବେ କେରଳରେ ଚିହ୍ନଟ ହୋଇଛି। କୋରନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ରୋଗୀଙ୍କୁ ଏକ ସ୍ଵତନ୍ତ୍ର ୱାର୍ଡ଼ରେ ରଖି ଚିକିତ୍ସା ଚାଲିଛି। ତାଙ୍କର ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସେପଟେ କରୋନା ସମସ୍ୟା ନେଇ କେନ୍ଦ୍ର କ୍ୟାବିନେଟ୍ ସଚିବ ଭିଡ଼ିଓ କନଫରେନ୍ସିଂରେ ସ୍ଵାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚୀନରୁ ଫେରିଥିବା ୨ ଓଡ଼ିଆଙ୍କ ସ୍ଵାସ୍ଥ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଉଛି। ସେମାନେ ହୋମ ଆଇସୋଲେସନରେ ଅଛନ୍ତି। ସେମାନଙ୍କ ପରିଚୟ ଗୋପନ ରହିଛି, ୧୫ ଦିନ ପରେ ପୁଣି ପରୀକ୍ଷା ହେବ। ତେବେ ସେମାନଙ୍କୁ ଏକୁଟିଆ ରହିବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ଯାଂଚ୍ ହେଲାପରେ ଯାଇ ସେମାନେ ବାହାରକୁ ଯାଇପାରିବେ ବୋଲି କୁହାଯାଇଛି। ଏନେଇ ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

2 × three =