ବ୍ଲକରେ ମିଳିବ ଡିଏଲ

ଭୁବନେଶ୍ବର() ବ୍ଲକ୍ କ୍ୟାମ୍ପ୍ରେ ମିଳିବ ଡ୍ରାଇଭିଂ ଲାଇସେନ୍ସ । ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଆରଟିଓ ଅଫିସ୍ରେ ଲୋକଙ୍କ ଲମ୍ୱା ଲାଇନ୍ ଲାଗୁଛି।ଏହାକୁ ଦୃଷ୍ଟିରେ ରଖି ବ୍ଲକ୍ ଓ ସବଡିଭିଜନ୍ ସ୍ତରରେ କ୍ୟାମ୍ପ କରାଯିବ ବୋଲି ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଫଳରେ ଲୋକେ ସେଠାରୁ ଡ୍ରାଇଭିଂ ଲାଇସେନ୍ସ ପାଇ ପାରିବେ। ପ୍ରଥମେ ଗାଡ଼ି ଚାଳକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଦେବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ଡିସେମ୍ବର ୧ ତାରିଖ ଯାଏଁ କୋହଳ ରହିବ ପଲ୍ୟୁସନ ସାର୍ଟିଫିକେଟ୍ । ଅନ୍ୟପକ୍ଷରେ ଅକ୍ଟୋବର ୧ ତାରିଖରୁ ସବୁ ଗାଡ଼ି ପାଇଁ ଅନ୍ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ୧ ତାରିଖରୁ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଦେବନି ମାନୁଆଲ ଟେଷ୍ଟ । ଏଣିକି ଅନ୍ଲାଇନ୍ରେ ପଲ୍ୟୁସନ ସାର୍ଟିଫିକେଟ୍ ଆବେଦନ କରାଯିବ । ବ୍ଲକ୍ ଓ ସବ୍ଡିଭିଜନ ସ୍ତରରେ ହେବ ସ୍ବତନ୍ତ୍ର କ୍ୟାମ୍ପ୍ । ପ୍ରଥମେ ଲର୍ଣ୍ଣିଂ ଲାଇସେନ୍ସ ଦେବା ପାଇଁ ବ୍ୟବସ୍ଥା ହେବ । ‘ବାହାନ ଆପ୍’ରେ ରହିବ ପଲ୍ୟୁସନ ସାର୍ଟିଫିକେଟ୍ର ତଥ୍ୟ ।

Share

Leave a Reply

Your email address will not be published. Required fields are marked *

four × 4 =