5 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ପିଟିସନ

ଭୁବନେଶ୍ୱର () ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା 5 ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ଆଜି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଛି ବିଜେଡି । ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଏନେଇ ଆଜି ବାଚସ୍ପତିଙ୍କ ନିକଟରେ ଲିଖିତ ପିଟିସନ ଦାଖଲ କରିଛନ୍ତି ।

ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଆସିକା ବିଧାୟକ ଦେବରାଜ ମହାନ୍ତି, ଦଶପଲ୍ଲା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକ, ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଓ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ନିଜ ଇଚ୍ଛାରେ ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି । ସମ୍ବିଧାନର 10ମ ପରିଚ୍ଛେଦର ଧାରା 191, ଉପଧାରା 2 ଏବଂ ଦଳ ବଦଳ ଆଇନର ଧାରା 187 ଅନୁଯାୟୀ ଏହି 5 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ କରିଛି ବିଜେଡି । ବାଚସ୍ପତି ଏହି ପିଟିସନକୁ ଅନୁଧ୍ୟାନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + two =