ଫ୍ଲପ ହେଲେ ସାଂସଦଙ୍କ ପୁଅ

ମୁମ୍ବାଇ() ଫ୍ଲପ ହେଲେ ଅଭିନେତା ତଥା ସାଂସଦ ଶନି ଦେଓଲଙ୍କ ପୁଅ କରଣ ଦେଓଲ । ଚଳିତ ବର୍ଷ କରଣ ବଲିଉଡରେ ପାଦ ଦେଇଥିଲେ । ସିନେମା ପଲ ପଲ ଦିଲକେ ପାସ ଦ୍ୱାରା ବଳିଉଡ ଜଗତରେ ପାଦ ଦେଇଥିଲେ କରଣ । ଏହି ସିନେମାରେ ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ କରଣ ଦେଓଲ । କିନ୍ତୁ ବକ୍ସ ଅଫିସର ଧମାଲ କରିପାରିଲା ନାହିଁ ଏହି ଫିଲ୍ମ ।ଦର୍ଶକମାନେ ପସନ୍ଦ କରି ନାହାଁନ୍ତି ଏହି ଫିଲ୍ମକୁ । ଫିଲ୍ମ ଭଲ ବ୍ୟବସାୟ କରିପାରି ନାହିଁ ।

ବକ୍ସ ଅଫିସ୍ ଇଣ୍ଡିଆ ମୁତାବକ ପଲ ପଲ ଦିଲକେ ପାସ୍ ପ୍ରଥମ ଦିନରେ ୧.୨ କୋଟି ବ୍ୟବସାୟ କରିଥିଲା। ସେହିପରି ଦ୍ଵିତୀୟ ଦିନ ୧.୫୦ କୋଟି ବ୍ୟବସାୟ କରିଥିଲା।

Share

Leave a Reply

Your email address will not be published. Required fields are marked *

13 − five =