କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା

ଭୁବନେଶ୍ୱର() ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଦୁଇଟି ପ୍ରସ୍ତାବରେ ମୋହର  ଲାଗିଥିବା ଜଣାଯାଇଛି।

କରୋନା ଲାଗି ସରକାର ୨୦୦ କୋଟି ଟଙ୍କାର ସତନ୍ତ୍ର ପ୍ୟାକେଜ୍ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। କରୋନାକୁ ଆଖି ଆଗରେ ରଖି ରାଜ୍ୟରେ ଯଥେଷ୍ଟ ମାତ୍ରାରେ ମାସ୍କ, ପେପର ସପ୍, ପରିମଳ ସାମଗ୍ରୀ ମହଜୁଦ ରଖିବାକୁ ବି ଏଥିରେ ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି ।ଏହାସହ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି ।

କରୋନା କାୟାକୁ ଦେଖି ସରକାର ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ, କଲେଜ ସହ ଅଙ୍ଗନୱାଡ଼ି ବନ୍ଦ ରହିବ । କିନ୍ତୁ, ଏହି ସମୟରେ ହେବାକୁ ଥିବା ପରୀକ୍ଷା ସବୁ ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟ ସୂଚୀ ଅନୁଯାୟୀ ହେବ । ଜନଗହଳିପୂର୍ଣ୍ଣ ସ୍ଥାନରେ କରୋନା ଭାଇରସ ସହଜରେ ଅନ୍ୟକୁ ସଂକ୍ରମିତ ହେଉଥିବାରୁ ସିନେମା ହଲ୍ ଓ ସୁଇମିଂ ପୁଲ୍ ବନ୍ଦ ରହିବ ।

କେହି ବ୍ୟକ୍ତି ଯେପରି ବାହାରେ ପାନ ଛେପ ନ ପକାନ୍ତି ସେଥିପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭା ଓ ଗୃହ ପ୍ୟାନେଲ ମାର୍ଚ୍ଚ ୨୯ ଯାଏଁ ବନ୍ଦ ରହିବ । ଏଥିସହ ସରକାରୀ କାର୍ୟ୍ୟାଳୟରେ ବାୟୋମେଟ୍ରିକ ସିଷ୍ଟମରେ ଉପସ୍ଥାପନ ଉପରେ ସରକାର କଟକଣା ଜାରି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 + 8 =