ରଜନୀକାନ୍ତଙ୍କ ସହ ଅଭିନୟ କରିବେ ଓଡ଼ିଆ ଝିଅ

ମୁମ୍ବାଇ() ରଜନୀକାନ୍ତଙ୍କ ସହ ଅଭିନୟ କରିବେ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକ। ସିନେମା ‘ଦରବାର’ ରେ ରଜନୀକାନ୍ତଙ୍କ ସହ ଅଭିନୟ କରିବେ ଦେବସ୍ମିତା ।ଆସନ୍ତା ବର୍ଷ ଜାନୁଆରୀ ୧୪ରେ ‘ଦରବାର’ ରିଲିଜ୍ ହେବ। ମୁଖ ଭୂମିକାରେ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ଅଭିନେତ୍ରୀ ନୟନତାରାଙ୍କୁ ଦେଖିବାକୁ ମିଳିବ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଦେବସ୍ମିତା ହେଉଛନ୍ତି ଜଣେ ବିଏସ୍ସି ଛାତ୍ରୀ। ସେ ବର୍ଷେ ହେବ ମୁମ୍ବାଇରେ ରହୁଛନ୍ତି। ସେ ଓଡ଼ିଶୀ ନୃତ୍ୟ ସହିତ କଥକ, ଛଉ, ସମ୍ୱଲପୁରୀ, ଜାଝ୍, ସାଲ୍ସା ଓ ବଲିଉଡ୍ ନାଚରେ ମଧ୍ୟ ନିପୁଣ। ୩ ବର୍ଷ ବୟସରୁ ସେ ନ୍ୟାସନାଲ୍ ଟିଭି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’, ‘ଡ୍ୟାନ୍ସ ଦିୱାନେ’ ଓ ବୁଗି ଵୁଗି’ରେ ଭାଗ ନେଇଥିଲେ।

Share

Leave a Reply

Your email address will not be published. Required fields are marked *

sixteen − 10 =