ନଭେମ୍ବର ୨୫ ରାତିରେ ଘୂର୍ଣ୍ଣିଝଡ଼ ତାମିଲନାଡୁ-ପୁଡୁଚେରୀ ଉପକୂଳକୁ ଅତିକ୍ରମ କରିପାରେ

ଭୁବନେଶ୍ୱର() ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥବା ଅବପାତ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଚେନ୍ନାଇ ଠାରୁ ୪୩୦ କିମି ଦକ୍ଷିଣ ପୂର୍ବରେ ମଙ୍ଗଳବାର ସକାଳ ୧୧.୩୦ ସମୟରେ କେନ୍ଦ୍ରୀଭୂତ ହୋଇଛି ବୋଲି ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
“ନିଭାର’ ନାମକ ଏହି ଘୂର୍ଣ୍ଣିଝଡ଼ ଉତର-ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହୋଇ ପରବର୍ତୀ ୨୪ ଘଂଟାରେ ଏକ ଭୟଙ୍କର ଓ ପରେ ଅତି ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କଛିଛନ୍ତି ।
ଏହି ଘୂର୍ଣ୍ଣିଝଡ଼ ବୁଧବାର ରାତିରେ ଚେନ୍ନାଇର ଦକ୍ଷିଣରେ ତାମିଲନାଡୁ-ପୁଡୁଚେରୀ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି ବୋଲି ସେ କହିଛନ୍ତି ।
ଉପକୂଳ ଅତିକ୍ରମ କରିବା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଗୁରୁବାର ଉତର-ଉତର ପଶ୍ଚିମ ଦିଗରେ ଗତିକରି ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ଉପରେ ରହିବ । ଏହାର ପ୍ରଭାବରେ ନଭେମ୍ବର ୨୫ ରୁ ୨୭ ମଧ୍ୟରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଅଂଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାଛଡା କେତେକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଏହି ବର୍ଷା ଅନୁଭୂତ ହୋଇପାରେ ବୋଲି ଡ. ସାହୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

8 − 3 =