ମହାତ୍ମାଙ୍କ ଚପଲ, ଘଣ୍ଟା ଓ ଚୌକି ରାଜଧାନୀରେ

ଭୁବନେଶ୍ବର () ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଦୁଇ ବର୍ଷ ଧରି ଓଡ଼ିଶାରେ ପାଳନ କରାଯିବ । ସରକାରୀଭାବେ ଏବଂ ବେସରକାରୀ ସ୍ତରରେ ଏଥ୍ଖପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ରାତି ପାହିଲେ ଗାନ୍ଧୀ ଜୟନ୍ତୀ,  ଦିନକ ଆଗରୁ ୧୫୦ତମ ଜୟନ୍ତୀର ମହାପର୍ବ ରାଜଧାନୀରେ ଆରମ୍ଭ ହୋଇଛି ।  ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ସର୍ବଭାରତୀୟ  ସ୍ତରରେ ଗଠନ କରାଯାଇଥିବା ‘ଗାନ୍ଧୀ: ୧୫୦’ ସମିତିର ରାଜ୍ୟ ଶାଖା ପକ୍ଷରୁ ୩ ଦିନିଆ ଉଦଘାଟନୀ ମହୋତ୍ସବ ଆରମ୍ଭ ହେବ ସାଙ୍ଗକୁ ପୁସ୍ତକ ଉନ୍ମୋଚନ, ସୂତ୍ର ଯଜ୍ଞ, ଗାନ୍ଧୀ କଥା ଚର୍ଚ୍ଚା ଆରମ୍ଭ କରାଯାଇଛି ।
ରାଜଧାନୀର ୟୁନିଟ-୩ ଭାରତ ସ୍କାଉଟ ଆଣ୍ଡ ଗାଇଡ ଭବନଠାରେ ଆୟୋଜିତ ଏହି ୩ ଦିନିଆ ଉଦଘାଟନୀ ପର୍ବକୁ ବିଶିଷ୍ଟ ଗାନ୍ଧୀବାଦୀ ତଥା ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଶୁଭାରମ୍ଭ କରିଛନ୍ତି । ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ, ନକୁଳ ଚରଣ ଦାସ ଓ ବିମ୍ବାଧର ମୁଦୁଲିଙ୍କ ଉପସ୍ଥିତିରେ ବହୁ ସଂଖ୍ୟାରେ ଗାନ୍ଧୀବାଦୀ, କାର‌୍ୟ୍ୟକର୍ତ୍ତା, ବିଭିନ୍ନ ଗାନ୍ଧୀ ପୀଠର ପ୍ରତିନିଧି, ଛାତ୍ର ଓ ଶିକ୍ଷକ ତଥା ସ୍ବାଧୀନତା ସଂଗ୍ରାମୀ ଉତ୍ତରଦାୟାଦ ସଂଗଠନର କର୍ମକର୍ତ୍ତା ଏହି ଶୁଭାରମ୍ଭ ସମାରୋହରେ ସାମିଲ ହୋଇଥିଲେ ।
ମହାତ୍ମା ଗାନ୍ଧୀଙ୍କ ଦ୍ବାରା ବ୍ୟବହାର ହେଉଥିବା କଠଉ, ଚପଲ,  ଘଣ୍ଟା, କଲମ, କାଠପାତ୍ର, କାଠ ମାଳି, ଚଷମା, ଅରଟ, ଥାଳିଆ ଏବଂ ମହାତ୍ମା ଗାନ୍ଧୀଙ୍କ  ଓଡ଼ିଶା ଗସ୍ତ ସମୟରେ କାଠଯୋଡି ନଦୀ ବାଲିରେ ହୋଇଥିବା ସଭାରେ ମହାତ୍ମା ବସିଥିବା ଚୌକି ତଥା ମଞ୍ଚରେ ପଡିଥିବା ଦରିର ପ୍ରଦର୍ଶନୀ କରାଯାଇଛି । ଏଥିସହିତ ମହାତ୍ମା  ଗାନ୍ଧୀଙ୍କ ଦ୍ବାରା ପ୍ରକାଶ  ପାଉଥିବା ହରିଜନ  ପତ୍ରିକା ଏବଂ ତାଙ୍କ ହସ୍ତ ଲିଖିତ ଚିଠିପତ୍ର ସହିତ ୧୦୦ରୁ ଅଧିକ ବିଭିନ୍ନ ସମୟର ବିରଳ ଫଟୋଚିତ୍ର ପ୍ରଦର୍ଶନୀରେ ସ୍ଥାନ ପାଇଛି । ଫଟୋରେ ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଅନେକ ଜୀବନ୍ତ କିମ୍ବଦନ୍ତୀ ମଧ୍ୟ ଉଲ୍ଲେଖ ହୋଇଛି ।
ଉଦଘାଟନୀ  ପର୍ବର ପ୍ରଥମ ଦିବସରେ ପ୍ରଦର୍ଶନୀ ଆରମ୍ଭ ସହ ସୂତ୍ରଯଜ୍ଞ କରାଯାଇଥିଲା ।  ଅନୁଗୁଳ ବାଜିରାଉତ ଛାତ୍ରାବାସର ପିଲାମାନେ ସଂପାଦିକା କୃଷ୍ଣା ମହାନ୍ତିଙ୍କ ସହ ସୂତ୍ରଯଜ୍ଞ କରିଥିଲେ । ଅରଟରେ ସୂତା କାଟିଥିଲେ । ସେହିପରି ଗାନ୍ଧୀ କଥାର ଚର୍ଚ୍ଚା ହୋଇଥିବା ବେଳେ ଗାନ୍ଧୀଙ୍କ ସଂପର୍କିତ ବିଭିନ୍ନ ପୁସ୍ତକର ପ୍ରଦର୍ଶନୀ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ପୂର୍ବତନ ମନ୍ତ୍ରୀ  ସୁରେନ୍ଦ୍ର ନାଥ ନାୟକ, ଗାନ୍ଧୀ ୧୫୦ ରାଷ୍ଟ୍ରୀୟ ସମିତିର ସଦସ୍ୟ ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଗାନ୍ଧୀ ସ୍ମାରକ ନିଧିର ଡାକ୍ତର ସତ୍ୟ ରାୟ, ଗାୟତ୍ରୀ ଦାସ, ଠକ୍କରବାପା ଆଶ୍ରମ ପରିଚାଳକ ବିଜୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।
ଗାନ୍ଧୀ ୧୫୦ ରାଷ୍ଟ୍ରୀୟ ସମିତିର ସଂଯୋଜକ ଡକ୍ଟର ବିଶ୍ବଜିତ ଓ ମିଡିଆ ସଂଯୋଜକ ବିରୁପାକ୍ଷ ତ୍ରିପାଠୀଙ୍କ  ସଂଯୋଜନା ଏବଂ ମିହିର ପ୍ରତାପ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପ୍ରଫେସର ଡକ୍ଟର ସୋମା ଚାନ୍ଦଙ୍କ ଦ୍ବାରା ଲିଖ୍ଖତ ପୁସ୍ତକର ଉନ୍ମୋଚନ କରାଯାଇଥ୍ଖବା ବେଳେ ସ୍କାଉଟ ଗାଇଡ କମିଶନର କାଳୀ ପ୍ରସନ୍ନ ମିଶ୍ର, ଗାନ୍ଧୀ ସମିତିର ସଦସ୍ୟ ଶରତ ଚନ୍ଦ୍ର ପ୍ରଧାନ, ବିଚିତ୍ରାନନ୍ଦ ନାୟକ, ବୈଷ୍ଣବ ଚରଣ  ଜେନା, ପ୍ରମେଶ କୁମାର ମହାନ୍ତି, ଧନଞ୍ଜୟ ତ୍ରିପାଠୀ, ବିଭୁଦତ୍ତ ତ୍ରିପାଠୀ, ଗୁରୁକଲ୍ୟାଣ ମହାପାତ୍ର, ଶକ୍ତି ପ୍ରସାଦ  ରାଉତ, ଶିବ ପ୍ରସାଦ ମିଶ୍ର, ଚନ୍ଦ୍ରକାନ୍ତ ସାମଲ, ସାମ୍ବାଦିକ ବିବେକାନନ୍ଦ ଜେନା, ରଣଜିତ ଦେହୁରୀ, ଅମ୍ବିକା ପ୍ରସାଦ ପତି ପ୍ରମୁଖ କାର‌୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ ।
Share

Leave a Reply

Your email address will not be published. Required fields are marked *

16 − eleven =