ଜେରା ହେବେ ମନ୍ତ୍ରୀ!

ଭୁବନେଶ୍ୱର: ମମିତା ହତ୍ୟା ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିବା ସହ ରାଜ୍ୟ ରାଜନୀତି ହୁଲସ୍ତୁଲ ହେଉଛି । ବିରୋଧୀମାନେ ଘନଘନ ପ୍ରେସମିଟ୍ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି । ତେବେ ଶୁଣିବାକୁ ମିଳୁଛି କି ଖୁବଶୀଘ୍ର ମନ୍ତ୍ରୀଙ୍କୁ ଜେରା କରିପାରେ ବଲାଙ୍ଗୀର ପୋଲିସ । ଏନେଇ ମନ୍ତ୍ରୀ କରିଡରରୁ ମିଳିଛି ସୂଚନା । ବିରୋଧୀଙ୍କ ଅଭିଯୋଗକୁ ପ୍ରସବିତ କରିବା ପାଇଁ ମନ୍ତ୍ରୀଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି । ଖବର ମିଳୁଛି କି, ମନ୍ତ୍ରୀଙ୍କୁ ଖୁବଶୀଘ୍ର ବଲାଙ୍ଗୀର ଏସପି ଅଫିସରେ ହାଜର କରାଯିବ ଏବଂ ତଦନ୍ତକୁ ଆଗକୁ ବଢ଼ାଇବା ଲାଗି ଜେରା କରାଯିବ । ତେବେ ମନ୍ତ୍ରୀ କେତେବେଳେ ପହଞ୍ଚିବେ ଏବଂ ତଦନ୍ତ ଆରମ୍ଭ ହେବ ତାହା ସ୍ପଷ୍ଠ ହୋଇନଥିଲେ ସୁଦ୍ଧା ମନ୍ତ୍ରୀଙ୍କୁ ଜେରା କରାଯିବ ବୋଲି ଚର୍ଚ୍ଚା ଏବେ ଜୋର ଧରିଛି ।

ସୂଚନା ଥାଉକି, ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମନ୍ତ୍ରୀଙ୍କ ଭଲ ସମ୍ପର୍କ ଥିବା ବିରୋଧୀମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । କଲେଜରେ ବହୁ ସରକାରୀ ଅନୁଦାନ ଲାଗିଥିବାରୁ ଏଭଳି ଅଭିଯୋଗ ଆସିଛି । ଏପରିକି ମନ୍ତ୍ରୀ ଏଠାକୁ ଅଧିକାଂଶ ସମୟରେ ଯିବାସହ ଏଠାରେ ରାତି କାଟୁଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି । ତେବେ ମନ୍ତ୍ରୀଙ୍କ ଲାଗି ସରକାର ମଧ୍ୟ ଅଡ଼ୁଆରେ ପଡ଼ିଛନ୍ତି । ବିରୋଧୀମାନେ ସରକାରଙ୍କୁ ମଧ୍ୟ ବାରମ୍ବାର ଟାର୍ଗେଟ କରିବା ସହ ତଦନ୍ତ ଠିକସେ ହେଉ ନଥିବା ଅଭିଯୋଗ ଆଣୁଛନ୍ତି । ଏଣୁ ଏହି ଆଧାରରେ ମନ୍ତ୍ରୀ ଖୁବଶୀଘ୍ର ବଲାଙ୍ଗୀର ଏସପି ଅଫିସରେ ହାଜର ହେବେ ବୋଲି କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

one + twelve =