ସରପ୍ରାଇଜ ଭିଜିଟରେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର () ସରକାରୀ କଲେଜରେ କେମିତି ଚାଲିଛି ପାଠପଢା  । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ସହ ଅଧ୍ୟାପକ ଅଧ୍ୟାପିକାଙ୍କ ଉପସ୍ଥାନ, ଏଥିସହିତ କଲେଜର ବାତାବରଣ ଯାଞ୍ଚ କରିବାକୁ ଆଜି ସରପ୍ରାଇଜ ଭିଜିଟରେ ଯାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଆଜି ବଡଚଣାସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟରେ ମଧ୍ୟହ୍ନ ପ୍ରାୟ 12ଟା ବେଳେ ପହଁଚିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।

ହଠାତ କଲେଜ ପରିସରକୁ ମନ୍ତ୍ରୀଙ୍କ ଗାଡି ପହଁଚିବା ଦେଖି କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ଅଧ୍ୟାପିକାମାନେ ଚିଇଁକି ଉଠିଥିଲେ । ଛାତ୍ରଛାତ୍ରୀମାନେ କିନ୍ତୁ ଉତ୍ସାହିତ ହୋଇପଡିଥିଲେ । ମନ୍ତ୍ରୀ ମହୋଦୟଙ୍କ ଶିକ୍ଷା ପ୍ରତି ଦୁର୍ବଳତା ଥିବାରୁ ସେ ପ୍ରଥମେ ଶ୍ରେଣୀଗୃହକୁ ପ୍ରବେଶ କଲେ । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପାଠପଢା ସଂପର୍କରେ ପଚାରିଲେ । ସେ ସମୟରେ ସେ ପୁରା ଅଧ୍ୟାପକ ଭୂମିକାକୁ ଚାଲିଆସିଥିଲେ ।

ତାପରେ ଆରମ୍ଭ ହେଲା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଟ୍ୟୁସନ । କଲେଜ ପରିସରରେ ଶୈଖିକ ବାତାବରଣ ସୃଷ୍ଟି କରାଯିବା, ଛାତ୍ରଛାତ୍ରୀଙ୍କର ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା, କଲେଜ ପରିସରକୁ ସଫାସୁତୁରା ରଖିବା ଆଦି ପ୍ରସଙ୍ଗରେ ସେ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଏଥିସହିତ ଛାତ୍ରଛାତ୍ରୀଙ୍କର ପାଠ ସହ କିଭଳି ସାଧାରଣ ଜ୍ଞାନ ବୃଦ୍ଧି ପାଇବ ସେନେଇ ମଧ୍ୟ ଅଧ୍ୟାପକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ । ଠିକ ସମୟରେ ପରୀକ୍ଷା ଏବଂ ପରୀକ୍ଷାର ଯଥେଷ୍ଟ ପୂର୍ବରୁ କୋର୍ସ ସାରିବା ଉପରେ ବିଭାଗୀୟ ମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।

ନିକଟରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀପରିଷଦ ବୈଠକରେ ସବୁ ମନ୍ତ୍ରୀଙ୍କୁ ବ୍ୟାପକ ଟୁର କରିବା ସହ ସରପ୍ରାଇଜ ଭିଜିଟ କରିବାକୁ ପରାମର୍ଶ ଦେଇଥିଲେ । ଏହାଦ୍ବାରା ବିଭାଗ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ ହେବ ଏବଂ ତାହା କାର୍ଯ୍ୟରେ ପ୍ରତିଫଳିତ ହେବ ।

Share

Leave a Reply

Your email address will not be published. Required fields are marked *

ten − two =