ରାଜଧାନୀରେ ଚାଲିବ ଇଲେକ୍ଟ୍ରିକ୍ ବସ

ଭୁବନେଶ୍ବର()  ଆଜି ବିଧାନସଭା ପ୍ରଶ୍ନକାଳରେ ବିଜ୍ଞାନ ଓ କାରିଗରୀ ବିଭାଗ ଉପରେ ପ୍ରଶ୍ନୋତ୍ତର କାର୍ୟ୍ୟକ୍ର ହୋଇଥିଲା । ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଆଜି ବିଧାନସଭାରେ ତିନିଟି ସହରରେ ବିଦ୍ୟୁତ ବସ୍ ଚଳାଚଳ କଥା ଆଲୋଚନା କରିଛନ୍ତି।

ସେ କହିଛନ୍ତି ଖୁବଶୀଘ୍ର ପୁରୀ, କଟକ ଓ ଭୁବନେଶ୍ବରରେ ଚାଲିବ ଇଲେକ୍ଟ୍ରିକ୍ ବସ୍ । ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ସଂସ୍ଥା ସହ ଏମଓୟୁ କରାଯିବ। ଏନେଇ ବିଭିନ୍ନ ସଂସ୍ଥାକୁ ଏମଓୟୁ ପ୍ରଦାନ କରାଯାଇଛି। ଏହି ଯୋଜନା ପରିବେଶ ପ୍ରଦୂଷଣକୁ ରୋକିବା ସହିତ ପ୍ରଦୂଷଣ ମୁକ୍ତ ପରିବହନ ବ୍ୟବସ୍ଥା ଉପଲବ୍ଧ କରାଇବ।

Share

Leave a Reply

Your email address will not be published. Required fields are marked *

6 − four =