ଆଜି ରାଜ୍ୟରେ ୮୪୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୮୪୯ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୯୫ ଓ ସ୍ଥାନୀୟ ସଂକ୍ରମିତ ୩୫୪ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୨୦ ଜଣ ରହିଥିବା ଜଣାଯାଇଛି। ରାଜ୍ୟର ଅନୁଗୁଳ ଜିଲାରେ ୨୦, ବାଲେଶ୍ୱର ୫୧, ବରଗଡ ୩, ଭଦ୍ରକ ୧୧, ବଲାଙ୍ଗିର ୪, ବଉଦ ୧ ଓ କଟକରୁ ୧୧୭ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେବଗଡରୁ ୮, ଢେଙ୍କାନାଳ ୨୬, ଗଜପତି ୧, ଗଞ୍ଜାମ ୧, ଜଗତସିଂହପୁର ୧୨ ଓ ଯାଜପୁରରୁ ୩୨ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡାରୁ ୪, କଳାହାଣ୍ଡି ୪, କନ୍ଧମାଳ ୧, କେନ୍ଦ୍ରାପଡା ୯, କେନ୍ଦୁଝର ୧୨ ଓ ଖୋର୍ଦ୍ଧା ଜିଲାରୁ ୩୪୧ ଜଣ ଚିହ୍ନଟ ହୋଇଛନ୍ତି। ମାଲକାନଗିରିରେ ୧, ମୟୁରଭଞ୍ଜ ୨୧, ନବରଙ୍ଗପୁର ୪, ନୟାଗଡ ୭, ପୁରୀ ୩୧, ରାୟଗଡାରୁ ୧୨ ଚିହ୍ନଟ ହୋଇଛନ୍ତି। ସେହି ସମୟ ମଧ୍ୟରେ ସମ୍ବଲପୁରରେ ୧୬, ସୋନପୁର ୩, ସୁନ୍ଦରଗଡ ୧୮ ଓ ଷ୍ଟେଟପୁଲରୁ ୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୭୩୮ ଜଣ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୭୩୪୫ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

twenty − 14 =